ଜିଲାସ୍ତରୀୟ ବିଜ୍ଞାନ,ପରିବେଶ ଓ ଗଣିତ ପ୍ରକଳ୍ପ ପ୍ରଦର୍ଶନୀ ଉଦଯାପିତ

ଯାଜପୁର , ( ଯୁଗାବ୍ଦ ନ୍ୟୁଜ) : ଯାଜପୁର ବିରଜା ବିଦ୍ୟାଳୟ ପରିସରରେ ୩୭ତମ ଜିଲାସ୍ତରୀୟ ବିଜ୍ଞାନ, ପରିବେଶ ଓ ଗଣିତ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିଥିବା ଏହି ପ୍ରଦର୍ଶନି ମେଳାର ଉଦଯାପନି ଉତ୍ସବରେ ଜିଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଓ ସମଗ୍ର ଶିକ୍ଷା ଅଭିଯାନର ଜିଲା ପ୍ରକଳ୍ପ ସଂଯୋଜକ ବିଷ୍ଣୁଚରଣ ସୂତାର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବର୍ତମାନ ସମୟରେ ବିଜ୍ଞାନର ଆବଶ୍ୟକତା ଓ ଏହାର ଉପକାରିତା ସଂପର୍କରେ ଆଲୋଚନା କରିଥିଲେ ।

ଜିଲାସ୍ତରୀୟ ବିଜ୍ଞାନ,ପରିବେଶ ଓ ଗଣିତ ପ୍ରକଳ୍ପ ପ୍ରଦର୍ଶନୀ ଉଦଯାପିତ

ଅନ୍ୟତମ ଅତିଥି ଭାବେ ଯାଜପୁର ଵିଇଓ ସ୍ମୃତିରେଖା ନାୟକ,ଦଶରଥପୁର ବିଇଓ ଗୟାଧର ନନ୍ଦ, ଦାନଗଦି ଵିଇଓ ବଳରାମ ନାୟକ ପ୍ରମୁଖ ଯୋଗ ଦେଇ ସାଧାରଣ ଜୀବନରେ ବିଜ୍ଞାନ ର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏହି ମେଳାରେ ଜିଲାର ବିଭିନ୍ନ ବିଦ୍ୟାଳୟର ୮୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ମାନେ ସେମାନଙ୍କର ମଡେଲ ପ୍ରଦର୍ଶିତ କରିଥିଲେ । ବିଜ୍ଞାନ ସଂପର୍କରେ ଜାଣିବା ସହିତ ବୈଜ୍ଞାନିକ ମାନଙ୍କର ଜିବନୀ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ପ୍ରଦର୍ଶନୀରେ ୪ଟି ବିଭାଗର ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ସାମିଲ ହେବାର ସୁଯୋଗ ମିଳିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ