ଦୁଇ ଏଟିଏମ୍ ଲୁଟେରା ଗିରଫ
ଗଞ୍ଜାମ,(ଯୁଗାବ୍ଦ ନ୍ୟୁଜ୍): ଗଂଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଅଂଚଳରେ ଗତ କିଛି ଦିନ ଧରି ଲୁଟେରା ମାନଙ୍କର ପାର୍ଦୁଭାବ ବଢିଚାଲିଥିବା ବେଳେ ରବିବାର ପୋଲିସ ୨ ଜଣ ଏଟିଏମ୍ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି ।ମିଳିଥିବା ଖବର ଅନୁଯାୟୀ ହୁମ୍ମା ଅଂଚଳରୁ ଜଣେ ଯୁବକଙ୍କ ସ୍କୁଟି ଚୋରି ହୋଇଥିବା ବେଳେ ଏଟିଏମ୍ ଭାଙ୍ଗି ଲୁଟ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କୁ ଦେଖି ଦୈାଡି ପଳାଇବାକୁ ଉଦ୍ୟମ କରୁଥିବା ସମୟରେ ପୋଲିସ ୨ ଜଣ ଲୁଟେରାଙ୍କୁ ଗିରଫ କରିଛି ।