ଦୁଇ କରୋନା ପଜିଟିଭି ଘଟଣା ସାନିଟାଈଜ ହେଲା ରତଙ୍ଗ କ୍ୱାରେନଟାଇନ ସେଣ୍ଟର
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଗ୍ରୀନ ଜୋନ୍ କନ୍ଧମାଳ ଜିଲାରେ କରୋନା ପହଞ୍ଚିଛି। ତାମିଲନାଡୁରୁ ଫେରି କ୍ୱାରାଣ୍ଟାଇନ୍ରେ ଥିବା ୨ ପ୍ରବାସୀଙ୍କ ସ୍ବାବ୍ ନମୁନା ପରୀକ୍ଷା ପରେ ରିପୋର୍ଟ ପଜିଟିଭ ଆସିଛି। ଉଭୟଙ୍କୁ ଜିଲା ପ୍ରଶାସନ ପକ୍ଷରୁ ରବିବାର ରାତିରେ ଭୁବନେଶ୍ୱର କିମ୍ସ୍ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି l ତାମିଲନାଡୁର ଚେନ୍ନାଇରୁ ଟ୍ରେନ୍ ଯୋଗେ ଆସିଥିବା ଏହି ଦୁଇ ଜଣଙ୍କୁ ଜିଲା ପ୍ରଶାସନ ଚିହ୍ନଟ କରି ଆଣି କ୍ୱାରେନଟାଇନରେ ରଖିଥିଲା। ଏହି ୨ ଜଣଙ୍କଠାରେ କରୋନାର କିଛି ଲକ୍ଷଣ ନ ଥିଲା l ତେବେ ରିପୋର୍ଟ ପଜିଟିଭ ଆସିବା ପରେ ଜିଲାବାସୀ ଭୟଭୀତ ନ ହୋଇ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପରାମର୍ଶ ଦେଇଛି l ପଜିଟିଭ୍ ଦୁଇ ଜଣ ଫିରିଙ୍ଗିଆ ବ୍ଲକ ରତଙ୍ଗ କ୍ୱାରାଣ୍ଟାଇନ କେନ୍ଦ୍ରରେ ଥିଲେ l ସେମାନଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ପରେ ସୋମବାର ଉକ୍ତ କେନ୍ଦ୍ରକୁ ଅଗ୍ନିଶମ ବିଭାଗ ଦ୍ୱାରା ସାନିଟାଇଜ କରାଯାଇଛି l