ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ୭ ଆହତ
ମାଲକାନଗିରି,(ମନୋଜ କୁମାର ସାହା): ମାଲକାନାଗିରି କତାମାଟେରୁ ଗ୍ରାମରେ କୌଣସି କାରଣରୁ ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ମାରା ମାରି ହୋଇ ୭ ଜଣ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଏସପି ବିନୋଦ ପାଟିଲ ଏଚ, ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଓ ପୁଲିସ ସଦଳ ବଳ ପହଁଚି ପତିସ୍ଥିତିକୁ ଆୟତ କରିବା ସହ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି ।ମାଲକାନଗିରି ସଦର ଥାନା ଅନ୍ତର୍ଗତ କତାମାଟେରୁ ଗ୍ରାମରେ ଶନିବାର ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ କୌଣସି ଏକ କାରଣକୁ ନେଇ ହାତାହାତୀ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ୭ ଜଣ ବ୍ୟକ୍ତି ଆହତ ହୋଇଥିଲେ। ଆହତ ବ୍ୟକ୍ତି ମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇ ସମସ୍ତଙ୍କ ଚିକିତ୍ସା ଜାରି ରହିଛି। ଏସମ୍ପର୍କରେ ଖବର ପାଇ କତାମେଟରୁ ଗ୍ରାମରେ ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକରୀ ପହଞ୍ଚି ଉତେଜିତ ଗ୍ରାମ ବାସୀଙ୍କୁ ବୁଝା ସୁଝା କରିଛନ୍ତି। ଗ୍ରାମରେ ଶାନ୍ତି ପ୍ରତିଷ୍ଠା ସହ ପରିସ୍ଥିତିକୁ ଆୟତ୍ତ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରା ଯାଇଛି ବୋଲି ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ କହିଛନ୍ତି।