ଦୁଇ ଜଣ ଫେରାର ଗଞ୍ଜେଇ ବେପାରୀ ଙ୍କୁ ପାଟପୁର ପୋଲିସ କୋର୍ଟ ଚାଲାଣ କରିଛି
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ 2021 ଅକ୍ଟୋବର 9 ତାରିଖରେ ଥାନା ଅଧିକାରୀ ସବ୍ୟସାଚି ମଲ୍ଲ ଙ୍କ ନେତୃତ୍ୱରେ ଏକ ଟିମ ମୋହିବିଲ ଗ୍ରାମ ଓ ଘାଷିଆମ୍ବ ଗ୍ରାମରେ ଚଢ଼ାଉ କରି ଚଢାଉ କରି ବିପୁଳ ପରିମାଣ ର ଗଞ୍ଜେଇ ଜବତ କରିଥିଲେ l 10 ଟି ଘରୁ ପ୍ରାୟ 8 କୁଇଣ୍ଟାଲ ରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିଥିବା ବେଳେ ପୋଲିସ ଏକ ମାମଲା 331/21 ରେ ରୁଜୁ କରି କାହାରିକୁ ଗିରଫ କରିନଥିଲେ l ଏନେଇ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ତଦନ୍ତ କରୁଥିବା ବେଳେ ଶନିବାର ବିଶେଷ ସୂତ୍ର ରୁ ଖବର ପାଇ ମୋହିବିଲ ଗ୍ରାମରେ ଚଢାଉ କରି ଦୁଇ ଜଣଙ୍କୁ ଗିରିଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଦ୍ବୟ ହେଲେ ପାଟପୁର ଥାନା ମୋହିବିଲ ଗ୍ରାମର ଲିଙ୍ଗରାଜ ଶବର, ବିଜୟ ଦଳ ବେହେରା l ଅଭିଯୁକ୍ତ ଦ୍ବୟ ଙ୍କୁ ବ୍ରହ୍ମପୁର କୋର୍ଟ କୁ ସ୍ଥାନାନ୍ତରିତ କରିଥିବା ବେଳେ ଜାମିନ ନା ମଞ୍ଜୁର ହେବାରୁ ଜେଲ ହାଜତ କୁ ପଠାଇ ଦିଆଯାଇଥିବା ଜଣାପଡିଛି l