ଦୁଇ ଦିନିଆ ଋଷ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତର ତୈଳ ଗ୍ୟାସ ଓ ଇସ୍ପାତ\nକ୍ଷେତ୍ରର ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳିର ନେତୃତ୍ୱ କରି ମସ୍କୋ ଗସ୍ତରେ ଯାଇଛନ୍ତି । ଅଗଷ୍ଟ ୨୯ ଓ ୩୦ ତାରିଖ ଏହି ଦୁଇ ଦିନିଆ ଗସ୍ତ ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ପ୍ରଧାନଙ୍କର ଏହା ପ୍ରଥମ ବିଦେଶ ଗସ୍ତ ।ପ୍ରଧାନମନ୍ତ୍ରୀ ମୋଦିଙ୍କ ପଂଚମ ବାର୍ଷିକ ପୂର୍ବାଂଚଳ ଆର୍ଥିକ ଫୋରମରେ ଯୋଗ ଦେବା ପୂର୍ବରୁ ଋଷର ଶକ୍ତି ମନ୍ତ୍ରୀ ଆଲେକଜାଣ୍ଡର୍ ନୋଭାକ୍ଙ୍କ ସହିତ ଉର୍ଜା କ୍ଷେତ୍ରରେ ସହଯୋଗର ସମୀକ୍ଷା କରିବେ । ଏହି ବୈଠକ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ଋଷ ସହ ବିଂଶତମ ବାର୍ଷିକ ଦ୍ୱିାକ୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ କାଳରେ ଭାରତ ଋଷ ମଧ୍ୟରେ ତୈଳ ଓ ଗ୍ୟାସ ସମେତ ଶକ୍ତି କ୍ଷେତ୍ର, ଇସ୍ପାତ ତଥା କୋଇଲା କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା କରାଯିବ । ଭାରତର ଇସ୍ପାତ କ୍ଷେତ୍ରରେ କଂଚାମାଲ ଯୋଗାଣକୁ ସୁରକ୍ଷିତ କରିବା ପାଇଁ ସବୁ ଅଂଶାଦାରଙ୍କ ସହ ସଂଯୋଗ ସ୍ଥାପନ ଉପରେ ଭାରତ ଗୁରୁତ୍ୱ ଦେଉଛି । ଏହି ଗସ୍ତ ସମୟରେ ଋଷିଆ ଫେଡେରେସନର ଉପ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନାର କାର୍ଯ୍ୟକ୍ରମ ରହିଛି । ଋଷିଆର ଶକ୍ତି ମନ୍ତ୍ରୀଙ୍କ ସହ ଭାରତୀୟ ତୈଳ, ଗ୍ୟାସ ଓ ଇସ୍ପାତ କମ୍ପାନୀ ମାନଙ୍କର ବାର୍ତାଳାପ ମାଧ୍ୟମରେ ଉଭୟ ଦେଶ ମଧ୍ୟରେ ଶିଳ୍ପ ଓ ବାଣିଜ୍ୟ ସମ୍ପର୍କ ସମ୍ବନ୍ଧରେ ଆଲୋଚନା କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ