ଦୁଇ ଦିନିଆ ଗୃହ ଭିତ୍ତିକ ପ୍ରକଳ୍ପ ଶିକ୍ଷା ତାଲିମ ଅନୁଷ୍ଠିତ

ବାରିପଦା,(ମୁରାରୀ ମୋହନ ମହାପାତ୍ର): ଶିକ୍ଷାଦାନ କ୍ଷେତ୍ରରେ ଶିଶୁ-କେନ୍ଦ୍ରିକ ଶିକ୍ଷଣ ପରିବେଶ ଯୋଗାଇବା ଏବଂ ବିଦ୍ୟାଳୟ ଗୁଡ଼ିକ ଧ୍ୟାନ ରଖିବା ନିଶ୍ଚିତ କରିବା ପରିପ୍ରେକ୍ଷୀରେ ଜିଲ୍ଲା ଶିକ୍ଷା ଉପ ବିଭାଗର ତତ୍ୱାବଧାନରେ ବାରିପଦା ସ୍ଥିତ ଜିଲ୍ଲା ପଞ୍ଚାୟତ ଉତ୍ସ କେନ୍ଦ୍ର ସମ୍ମିଳନୀ ହଲରେ ଶୁକ୍ରବାର ଦୁଇ ଦିନିଆ ଗୃହ ଭିତ୍ତିକ ପ୍ରକଳ୍ପ ଶିକ୍ଷା ତାଲିମ କାର୍ଯ୍ୟକ୍ରମର ଉଦ୍ଘାଟନ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ବିଭୂତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠି ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲାପାଳ ନାୟକ କହିଥିଲେ ଯେ, ଆମର ଲକ୍ଷ୍ୟ ହେଉଛି ଶିକ୍ଷା ପଦ୍ଧତିରେ ଅଭିନବ ସମାଧାନର ବିକାଶ, ଉନ୍ନତି ଯୋଜନାରେ ସହଯୋଗ କରିବା ସହ ବିଦ୍ୟାଳୟର ନେତୃତ୍ୱ ଏବଂ ପରିଚାଳନା ମଧ୍ୟରେ ସ୍ଥାୟୀ ଯୁଗ ଉପଯୋଗୀ ପରିବର୍ତ୍ତନକୁ ସମର୍ଥନ କରିବା। ଏଥି ପାଇଁ ଶିକ୍ଷାଦାନର ମାନ ବୃଦ୍ଧି ହେବ ଆବଶ୍ୟକ। ଦୁଇ ଦିନିଆ ତାଲିମ ଶିବିରରେ ମୟୂରଭଞ୍ଜ ଏବଂ କେନ୍ଦୁଝରର ଓଡ଼ିଆ ଭାଷା ସାହିତ୍ୟ ଏବଂ ସାମାଜିକ ବିଜ୍ଞାନ ବିଷୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେଇ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ସହିତ ଶିକ୍ଷା ପଦ୍ଧତିରେ କିଭଳି ଉନ୍ନତି ଆଣି ହେବ ସେ ବିଷୟରେ ନିଜର ବହୁମୂଲ୍ୟ ମତାମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ, ଓଡିଶା ସରକାରଙ୍କର ଅନୁସୂଚିତ ଜାତି ଓ ଅନୁସଚିତ ଜନଜାତି ବିଭାଗ ତରଫରୁ ମନ୍ତରା ଫର ଚେଞ୍ଜ ଆଣ୍ଡ ଏଜୁକେସନ ସହ ମିଳିତ ଭାବେ ଆୟୋଜନ କରିଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଦାଶ ଏହି କାର୍ଯ୍ୟକ୍ରମର ସଂଚାଳନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ