ଦୁଇ ନକଲି ଶିକ୍ଷକ ଶିକ୍ଷୟତ୍ରୀଙ୍କ ନାମରେ ମାମଲା ରୁଜୁ

ହାଟଡ଼ିହି, (ଓ୍ବାଇଏନ୍ଏସ୍):ନକଲି ବିଇଡି ସାର୍ଟିଫିକେଟ ଦେଇ ଚାକିରୀ ହାତେଇଥିବା ମଲିପସି ସ୍କୁଲର ଶିକ୍ଷୟତ୍ରୀ ସୁନିତା ଦତ୍ତ ଓ ସୋସୋ ନୋଡ଼ାଲ ଉପି ସ୍କୁଲରେ କାର୍ଯ୍ୟରତ ଶିକ୍ଷକ ସୁଜିତ ମହାନ୍ତିଙ୍କ ନାମରେ ବିଇଓ କ୍ଷୀରୋଦ ତ୍ରିପାଠୀ ଗତକାଲି ନନ୍ଦିପଦା ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ମଦନ ନାୟକ କେସନମ୍ବର ୧୧୪ ତା ୨/୯/୨୦୨୦ ଦଫା ୪୨୦, ୪୬୮, ଓ ୪୭୧ ରେ ମାମଲା ରୁଜୁ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ଜିଲ୍ଲା କାର୍ଯ୍ୟାଳୟରେ ଏମାନଙ୍କ ସାର୍ଟିଫିକେଟ ଯାଞ୍ଚ ବେଳେ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟକୁ ଯାଞ୍ଚ ପାଇଁ ପଠାଯାଇଥିଲା।ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ଜାଲ ବୋଲି ସ୍ପଷ୍ଟ କଲାପରେ ଡ଼ିପିସିଙ୍କ ନିର୍ଦେଶ ମତେ ବିଇଓ ଥାନାରେ ଏତଲା ଦେଇଥିଲେ। କିନ୍ତୁ ଏଠାରେ ପ୍ରଶ୍ନ ଉଠେଯେ ସେମାନେ ଜାଲ ସାର୍ଟିଫିକେଟ ଦେଇ ୫ବର୍ଷ ହେଲା ଚାକିରୀ କରିଥିଲେ ମଧ୍ୟ ସେମାନଙ୍କ ନକଲି ସାର୍ଟିଫିକେଟ ବାବଦରେ ଶିକ୍ଷା ବିଭାଗ ଆଜି ପର୍ଯ୍ୟନ୍ତ ଜାଣି ପାରୁନଥିଲା କିପରି। ନା ଜାଣି ଚୁପ ରହିଥିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ