ଦୁଇ ପଂଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ

କୁଚିଣ୍ଡା ,(ଯୁଗାବ୍ଦ ନ୍ୟୁଜ୍‌): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡରେ ବିଗତ ବର୍ଷ ଭୟାବହ ମରୁଡି ହେବା ଫଳରେ ଚାଷୀ ମାନଙ୍କର ମେରୁଦଣ୍ଡ ଦୋହଲାଇଦେଇଥିଲା । ଚାଷୀ ମାନେ ବହୁ କ୍ଷତି ସହିଥିବା ବେଳେ ବାରମ୍ବାର ମରୁଡି କ୍ଷତି ପୂରଣ ନିମନ୍ତେ ବାରମ୍ବାର ଦାବି କରିବା ସତ୍ତ୍ୱେ ଦାବୀ ପୁରଣ ହେଉନଥିବାରୁ ସୋମବାର ଚାଷୀ ମାନେ ଏକତ୍ରିତ ହୋଇ କୁଚିଣ୍ଡା ବ୍ଲକ ପାରୁଆଭାଡ଼ି ପଞ୍ଚାୟତ ଓ ବକ୍ସମା ପଞ୍ଚାୟତ କାର୍ଯ୍ୟାଳୟ ରେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ତାଲା ପକାଇ କ୍ଷତିପୁରଣ ଦାବି କରିଥିଲେ । ଆନ୍ଦୋଳନ ସମୟରେ ପାରୁଆଭାଡ଼ି ରେ ପଞ୍ଚାୟତ ଚାଷି ସଂଘ ସଭାପତି ଶିବ ନାରାୟଣ ନାୟକ, ସଂପାଦକ କୁଳମଣି ପ୍ରୂସେଠ, ଉମେଶ ଚନ୍ଦ୍ର ସାହୁ, ସନାତନ ପ୍ରୂସେଠ, ହେମନ୍ତ କୁମାର ପ୍ରୂସେଠ, ଦୁର୍ଗା ଚରଣ ପ୍ରୂସେଠ ପ୍ରମୁଖ ଉପସ୍ଥିତ ଥିବା ବେଳେ ବକ୍ସମା ପଞ୍ଚାୟତ ରେ ରୁଦ୍ର ସେଠ, ପ୍ରଶାନ୍ତ ନାୟକ, କିରଣ ନାୟକ, ଧନୀରାମ ପ୍ରୂସେଠ ପ୍ରମୁଖ ଚାଷି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ