ଚକ୍ରୋଡା ଆଚଂଳିକ ଉଚ୍ଚବିଦ୍ୟାଳୟ ପୁରାତନ ଛାତ୍ରଚାତ୍ରୀଙ୍କ ବନ୍ଧୁମିଳନ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଂଚାୟତ ଆଂଚଳିକ ଉଚ୍ଚ ବିଦ୍ୟାଳୟର ୨୦୦୫ ମସିହା ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀମାନଙ୍କୁ ନେଇ ପ୍ରତିବର୍ଷ ଭଳି ରବିବାର ଏକ ବନ୍ଧୁମିଳନ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପଧାନଶିକ୍ଷକ ସୁଦାମ ଚନ୍ଦ୍ର ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ବେଳେ ଶିକ୍ଷକ ମହେନ୍ଦ୍ର ଦ୍ୱିବେଦୀ ସଭା ପରିଚାଳନା କରିଥିଲେ । ଉପସ୍ଥିତ ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀମାନେ ନିଜ ନିଜର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ ସହିତ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ନବବର୍ଷର ଶୁଭେଛା ଜଣାଇଥିଲେ । ବିଦ୍ୟାଳୟ ପରିସରରେ ଏକ ପ୍ରକାର ଆନନ୍ଦ ଉଲ୍ଲାସର ପରିବେଶ ସୃଷ୍ଟି ହୋଇଥିଲା । ନିଜର ପୁରାତନ ବନ୍ଧୁମାନଙ୍କୁ ପାଖରେ ପାଇ ସମସ୍ତ ପୁରାତନ ଛାତ୍ରଛାତ୍ରୀମାନେ ନିଜ ନିଜର ସୁଖଦୁଃଖ ବାଂଟିବା ସହିତ ବହୁ ମଜାମସ୍ତିରେ ବୁଡିଯାଇଥିଲେ । ପୁରାତନଛାତ୍ରଙ୍କ ପକ୍ଷରୁ ସୁଶାନ୍ତ ବଳ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଶିଷ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବନ୍ଧୁମିଲନ କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ,ଶିକ୍ଷୟତ୍ରୀମାନେ ଯୋଗଦେଇଥିବା ବେଳେ ପରିଶେଷରେ ଭୋଜିଭାତ ଖାଇ ସମସ୍ତେ ଖୁସିର ସହିତ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।


