ଦୁଇ ପଜିଟିଭ ଚିହ୍ନଟ ହେବାପରେ ବଲସକୁମ୍ପା ଗ୍ରାମ କଣ୍ଟେନମେଣ୍ଟ ଘୋଷଣା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ ବଲସକୁମ୍ପା ଗ୍ରାମରେ ମଙ୍ଗଳବାର ଦିନ ୨ ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ବ୍ଲକ ପ୍ରଶାସନ ପକ୍ଷରୁ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହ ବିଭିନ୍ନ ଅଞ୍ଚଳକୁ ସାନିଟାଇଜ୍ କରାଯାଇଛି। ଏଥିସହିତ ସ୍ୱାସ୍ଥ୍ୟ ଟିମ୍ ଘରେ ଘରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛି। ଅନ୍ୟପକ୍ଷରେ ଖଜୁରିପଡ଼ା ତହସିଲଦାର ସ୍ୱପ୍ନିତା ନାୟକ, ବିଡିଓ ରବୀନ୍ଦ୍ର ନାଥ କହଁର, ଅତିରିକ୍ତ ବିଡିଓ ଦିବ୍ୟ ସିଂ କହଁର, ମଙ୍ଗଳ ଅଧିକାରୀ ପ୍ରିୟଦଦ ନାୟକ, ଏପିଓ ସନମ୍ ବେହେରା, ବଲସକୁମ୍ପା ସରପଞ୍ଚ ଅଜୟ କୁମାର ମଲିକ, ସମିତିସଭ୍ୟ ସରୋଜ କୁମାର ସାହାଣି, ପଞ୍ଚାୟତ ନିର୍ବାହୀ ଅଧିକାରୀ ଚକ୍ରଧର ମହାରଣା, ନୋଡ଼ାଲ ଅଫିସର ପୁରାନାଥ ମଲିକ, ଖଜୁରିପଡ଼ା କୋଭିଡ ଡ଼ାକ୍ତର ନିମାଇଁ ଚରଣ ବିଶି, ଦିପକ ନାୟକ, ଫାର୍ମାସିଷ୍ଟ ମହେଶ୍ୱର ପ୍ରଧାନଙ୍କ ସମେତ ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ ଓ ଅନ୍ୟମାନେ ଗ୍ରାମରେ ପହଞ୍ଚି ତଦାରଖ କରିଥିଲେ। ପୋଲିସ ଅଧିକାରୀ କୃଷ୍ଣଚନ୍ଦ୍ର ମଲିକ ଓ ଅନ୍ୟମାନେ ଗ୍ରାମରେ ସଚେତନ କରାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ