ଦୁଇ ପଡୋଶୀଙ୍କ ମଧ୍ୟରେ ଗଣ୍ଡଗୋଳ ଥାନାରେ ପୃଥକ ଅଭିଯୋଗ
ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ଥାନା ଅନ୍ତର୍ଗତ ଦାନ୍ତୁଆଳ ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଗୁରୁବାର ନାଉଗାଁ ଥାନାରେ ପୃଥକ ଅଭିଯୋଗ କରାଯାଇଛି । ଉକ୍ତ ଗ୍ରାମର ରାମକୃଷ୍ଣ ସ୍ୱାଇଁଙ୍କ ଅଭିଯୋଗ ମୁତାବକ ତାଙ୍କ ଘର ପାଖ ଶତୃଘନ ସ୍ୱାଇଁ ଓ ତାର ସାନ ପୁଅ ଜ୍ୟୋତି ରଂଜନ ସ୍ୱାଇଁ ଓ ଶତୃଘନର ପତ୍ନୀ ଶଙ୍କୁନ୍ତଳା ସ୍ୱାଇଁ ସମସ୍ତେ ମିଳିମିଶି ଆମ୍ଭକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ହଠାତ ଶତୃଘନ ସ୍କୁଟିରୁ ଏକ ଧାରୁଆ ଫାର୍ଶା ବାହାର କରି ମୋତେ ହାଣିବା ପାଇଁ ଉଦ୍ୟତ ହେବା ସମୟରେ ମୋର ଡାହାଣ ହାତ ଆଙ୍ଗୁଠି କଟିଗଲା । ଏହି ସମୟରେ ମୋ ବଡପୁଅ ମୃତ୍ୟୁଞୟ ଆସିବାରୁ ତାକୁ ମଧ୍ୟ ଆକ୍ରମଣ କରିଥିଲେ । ଶେଷରେ ମୋ ସାନ ପୁଅ ବିରଞି ଆସିବାରୁ ତା ମୁଣ୍ଡକୁ ଶକ୍ତ ଚୋଟ ମାରିବାରୁ ସେ ଗୁରୁତର ଭାବେ ଆଘାତ ପାଇଥିଲା । ଆମ୍ଭକୁ ଜୀବନରେ ମାରି ଦେବାକୁ ସେମାନେ ଚେଷ୍ଠା କରୁଥିଲେ । ଆମ୍ଭ ୩ ଜଣଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନସ ଯୋଗେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲା । ସେଠାରେ ସାନ ପୁଅର ଅବସ୍ଥା ଗୁରୁତର ହେବାରୁ ତାକୁ ପ୍ରଥମେ ଜଗତସିଂହପୁର ଓ ପରେ କଟକ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ତେଣୁ ମୋର ଅଭିଯୋଗକୁ ଭିତି କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଅଭିଯୋଗରେ ଦର୍ଶାଯାଇଛି । ସେହିପରି ଶତୃଘନ ସ୍ୱାଇଁ ଅଭିଯୋଗରେ ଦର୍ଶାଇଛନ୍ତି ମୁଁ ନାଉଗାଁହାଟରୁ ଫେରୁଥିବା ସମୟରେ ରାମକୃଷ୍ଣ ସ୍ୱାଇଁ, ବିର ସ୍ୱାଇଁ ଓ ଲୁଟୁ ସ୍ୱାଇଁ ମୋତେ ଦାନ୍ତୁଆଳ କଳ ଘର ନିକଟରେ ଅଟକାଇ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହିତ ଜୀବନରୁ ମାରିବା ପାଇଁ ଲୁହ ଛଡ ସାହାଯ୍ୟରେ ମୋତେ ଆଘାତ ଦେଇଥିଲେ । ଫଳରେ ମୋ ହାତ ଭାଙ୍ଗିଯାଇଛି ତେଣୁ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଅଭିଯୋଗ ପାଇବା ପରେ ରାମକୃଷ୍ଣଙ୍କ ଅଭିଯୋଗକୁ ଭିତି କରି ଥାନା ପକ୍ଷରୁ ୯୧/୨୦୨୦ରେ ଏକ ମାମଲା ରୁଜୁ କରାଯିବା ସହ ୨୯୪/୩୨୩/୩୨୪/୩୪୧/୩୦୭/୫୦୬,୩୪ ଆଇପିଏସ ଦଫା ଲାଗିଥିବା ବେଳେ ଶତୃଘନଙ୍କ ଅଭିଯୋଗ ଅନୁସାରେ ୯୨/୨୦୨୦ରେ ଏକ ମାମଲା ରୁଜୁ ସହ ୨୯୪/୩୨୩/୩୨୫/୫୦୬,୩୪ ଆଦି ଦଫା ଲଗାଯାଇଛି । ତଦନ୍ତ ଚାଲିଥିବା ଥାନା ଆଇଆଇସି ଗୋବର୍ଦ୍ଧନ ସାହୁ ପ୍ରକାଶ କରିଛନ୍ତି ।