ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ଜଣେ ଗୁରୁତର

ବୋଲଗଡ଼ (ଯୁଗାଦ୍ଧ ନ୍ୟୁଜ): ବୋଲଗଡ଼ ବ୍ଲକ୍ଠାରୁ ଅନତି ଦୂରରେ ୫୭ନଂ ଜାତୀୟ ରାଜପଥ କଡ଼ରେ ଥିବା କୁଞ୍ଜବିହାରୀ ଫିଲିଙ୍ଗ ଷ୍ଟେସନ ଠାରେ ଶୁକ୍ରବାର ରାତିରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ସଂପୁର ଗ୍ରାମର ସୁକାନ୍ତ ଚନ୍ଦ୍ର ଦେଓ ମହାପାତ୍ର ଗୁରୁତର ହୋଇଛନ୍ତି । ପ୍ରକାଶ ଯେ, ଉକ୍ତ ପେଟ୍ରୋଲ ଟାଙ୍କିରେ ସୁକାନ୍ତ ନିଜର ହିରୋହୋଣ୍ଡା ପ୍ୟାସିଅନ ପ୍ଲସ୍ ବାଇକ (ଓଆର ୨୫ଏ୧୦୩୪)ରେ ତେଲ ଭର୍ତ୍ତି କରି ରାଜପଥ ଉପରକୁ ଆସୁଥିବା ବେଳେ ବୋଲଗଡ଼ରୁ ନୟାଗଡ଼ ଅଭିମୁଖେ ଯାଉଥିବା ଅନ୍ୟଏକ ବାଇକ (ଓଡି ୦୨ ଏଏସ ୬୨୨୯) ହିରୋଗ୍ଲାମର ଗାଡିଟି ଧକ୍କା ଦେଇଥିଲା । ଧକ୍କା ଦେଇ ଦୁର୍ଘଟଣା ଘଟାଇଥିବା ବାଇକ ଚାଳକ ନୟାଗଡ଼ ଆଡେ ପଳାଇ ଯାଇଥିଲା । ଏହି ଘଟଣାରେ ସୁକାନ୍ତ ଗୁରୁତର ଆହତ ହୋଇଥିବାରୁ ଟାଙ୍କି କର୍ମଚାରୀଙ୍କ ଦ୍ୱାରା ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ତାଙ୍କର ଏତଲା କ୍ରମେ ବୋଲଗଡ ଥାନାରେ କେସ ନଂ ୪୫/୧୯ରେ ମୋକଦ୍ଦମା ରୁଜୁ ହୋଇଛି । ଥାନା ଏଏସ୍ଆଇ ନୀଳକଣ୍ଠ ସାମନ୍ତରାୟ ଏହାର ତଦନ୍ତ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ