ଦୁଇ ବାଇକ ମୁହାଁମୁର୍ହି ୧ ମୃତ
ଦାରିଙ୍ଗିବାଡି ,(ଯୁଗାବ୍ଦ ନ୍ୟୁଜ୍) : ଦାରିଙ୍ଗିବାଡି ବ୍ଲକ ଅନ୍ତର୍ଗତ ଦନେକବାଡି ପଂଚାୟତ ଅନ୍ତର୍ଗତ ମାଣ୍ଡୁବାଡି ଗ୍ରାମ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ ହୋଇଛି । ମୃତକଙ୍କ ପରିଚୟ ମାଣ୍ଡୁବାଡି ଗ୍ରାମର ଚିତ୍ରସେନ ପ୍ରଧାନ (୫୦ ) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଚିତ୍ରସେନ ପ୍ରଧାନ ନିଜର ମୋଟର ସାଇକେଲ ଯୋଗେ କୈାଣସି କାମରେ ଆସିଥିବା ବେଳେ ଟର୍ଣ୍ଣିରେ ମୋଟର ସାଇକେଲ ଯୋଗେ ଯାଉଥିବା ସମୟରେ ବିପରିତ ଦିଗରୁ ଆସୁଥିବା ମୋଟର ସାଇକେଲ ଶହ ମୁହଁମୁର୍ହି ଧକ୍କା ହୋଇଥିଲା । ଏହି ଦୂର୍ଘଟଣାରେ ଚିତ୍ରସେନ ଗୁରୁତର ଆହାତ ହୋଇଥିଲେ । ଆହାତ ଚିତ୍ରସେନଙ୍କୁ ଗୁରୁତର ଅବସ୍ତାରେ ମେଡିକାଲରେ ଭର୍ତ୍ତିକରାଯାଇଥିଲା । କିନ୍ତୁ ଚିକିସ୍ରା ସମୟରେ ତାଙ୍କର ମୃତ ହୋଇଥିବା ଡାକ୍ରର ଘୋଷଣା କରିଥିଲେ । ଖବର ପାଇ ଦାରିଙ୍ଗିବାଡି ପୋଲିସ ଘଟଣା ସ୍ତଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଗାଡି ଜବତ କରି ଶବବେବଛେଦ ପାଇଁ ମେଡ୍ିକାଲକୁ ପୋଲିସ ପଠାଇଛି ।