ଦୁଇ ବାଇକ ମୁହାଁ ମୁହିଁ ଧକ୍କାରେ ଜଣେ ମୃତ
କଳାହାଣ୍ଡି:ଜିଲ୍ଲା କଲମପୁର ଫାଣ୍ଡି ଅନ୍ତର୍ଗତ ହେରାମାଲ ରାଜ୍ୟ ରାଜପଥ ଛକ ନିକଟରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ କଲମପୁର ଫାଣ୍ଡି ଅନ୍ତର୍ଗତ ହେରାମାଲ ଗ୍ରାମର ଜିତେନ୍ଦ୍ର ନାୟକ ବୋଲି ପରିଚୟ ମିଳି ଥିବା ବେଳେ ଅନ୍ୟ ତିନିଜଣ ଗୁରୁତର ଆହତ ବ୍ୟକ୍ତି ଲୁହାବାହାଲ,ପରୁଆଗୁଡା ଓ ଟେମରା ଗ୍ରାମର ବୋଲି ପରିଚୟ ମିଳିଛି।