ଦୁଇ ମୃତକଙ୍କ ପରିବାର ଓ ଆହତ ମହିଳାଙ୍କୁ ସମବେଦନା ଜଣାଇଲେ ବିଧାୟକ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବ୍ଲକ୍ ଅନ୍ତର୍ଗତ ବନ୍ଥପଲ୍ଲୀ ଗ୍ରାମର ଉଦୟ ନାୟକ ଆକସ୍ମିକ ମୃତ୍ୟୁ ବରଣ କରିଥିବା ବେଳେ ପୋଲସରା ବ୍ଳକର ମଧୂପଲ୍ଲୀ ଗ୍ରାମର ଇନ୍ଦ୍ରଜିତ ଗୌଡ ମଧ୍ୟ ଆକସ୍ମିକ ମୃତ୍ୟୁବରଣ କରିଥିଲେ। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଖବର ପାଇ ଜୁଲାଇ ୧୬ ତାରିଖ ଦିନ ଉଭୟ ମୃତକଙ୍କ ବାସଭବନ କୁ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ଏହି ଅବସରରେ ଉଭୟ ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଲୋକମାନଙ୍କ ସହ ଆଲୋଚନା କରିଥିଲେ। ସେହିପରି ପୋଲସରା ବ୍ଳକ ଛକଠାରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ଗୁରୁତର ଆହତ ହୋଇ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଥିବା ଆହତ ମହିଳା ଗାୟତ୍ରୀ ବେହେରାଙ୍କୁ ବିଧାୟକ ଶ୍ରୀ ସାହୁ ଭେଟି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଥିଲେ ଓ ଉତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ମେଡ଼ିକାଲ ସୁପରଟେଣ୍ଡଙ୍କ ସହ ଆଲୋଚନା କରିଥିଲେ। ବନ୍ଥପଲ୍ଲୀ ଓ ମଧୁପଲ୍ଲୀ ଗ୍ରାମରେ ବିଧାୟକଙ୍କ ସହ ଜିଲ୍ଲା ପରିଷଦ ସଦସ୍ୟ ବିକ୍ରମ କୁମାର ନାୟକ, ବ୍ଳକ ଅଧ୍ଯକ୍ଷାଙ୍କ ପ୍ରତିନିଧି ରାଜେନ୍ଦ୍ର କୁମାର ପ୍ରଧାନ, ବନ୍ଥପଲ୍ଲୀ ସରପଞ୍ଚ ପବିତ୍ର ରାଉତ, ବସନ୍ତ କୁମାର କରଣ, ଦୀପିକା ବାରିକ, ସମିତି ସଭ୍ଯାଙ୍କ ପ୍ରତିନିଧି ସୁକଦେବ ନାହାକ, ଛାତ୍ର ବିଜୁ ଜନତା ସଭାପତି ସମୀର କୁମାର ଭୂୟାଁ, ବ୍ଳକ ଯୁବ ବିଜୁ ଜନତା ସଭାପତି ସୁଶାନ୍ତ ପୋଲାଇଙ୍କ ସମେତ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ