ଦୁଇ ମୋଟର ସାଇକଲ ମୁହାଁମୁହିଁ ୨ଆହତ ୨ଗୁରୁତ୍ୱର
ମୋହନା, (ଅଂଶୁମାନ ପଣ୍ଡା) : ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ସ୍ତିତ ଜିରାଙ୍ଗ ପଞ୍ଚାୟତ ସମୁଖରେ ଆଜି ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି, ଫଳରେ ୪ ଜଣ ଆହତ ବ୍ୟକ୍ତି ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଆହତ ମାନଙ୍କ ମଧ୍ୟରେ ଜିରାଙ୍ଗ ପଞ୍ଚାୟତର ଅଣ୍ଡରାଗଡ଼ ଗ୍ରାମର ଦାସରଥୀ ପାଇକ, ନିତ୍ୟାନନ୍ଦ ପାଇକ, ଗୋରଖ ନାୟକ ଓ ଶେଖର ନାୟକ ବୋଲି ଜଣାପଡିଛି । ଦାସରଥୀ ଓ ନିତ୍ୟାନନ୍ଦଙ୍କ ମୋଟର ସାଇକଲରେ ଅଣ୍ଡରାଗଡ଼ ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ଅନ୍ୟ ଏକ ମୋଟରସାଇକଳ ସହ ମୁହାଁ ମୂହି ଧକ୍କାହୋଇଥିଲା । ଫଳରେ ସେମାନେ ଘଟଣାସ୍ଥଳରେ ଆହତ ହୋଇ ପଡିରହିଥିଲେ ସେମାନଙ୍କୁ ସ୍ଥାନୀୟ ଜନସାଧାରଣ ଉଦ୍ଧାର କରି ପ୍ରଥମେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ, ଘଟଣାର ଖବର ପାଇଁ ପୋଲିସ ପହଂଚି ତଦନ୍ତ ଜାରି ରଖିଥିବା ଥାନା ପକ୍ଷରୁ ସୂଚନା ମେଳିଛି।