ଦୁଇ ଶିକ୍ଷକ ଙ୍କ ବଦଳି ବାତିଲ ଯୋଗୁଁ ଗ୍ରାମବାସୀ ସ୍କୁଲରେ ତାଲାପକାଇଲେ
ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡ଼ା ଶିକ୍ଷା ଜିଲ୍ଲା ଅନ୍ତର୍ଗତ ଅସ୍ତରଙ୍ଗ ବ୍ଲକ ବନ୍ତିଳୋ ଗ୍ରାମ ର ଶ୍ରୀ ଜଗନ୍ନାଥ ନୋଡାଲ ଉ.ପ୍ରା ବିଦ୍ୟାଳୟରେ କାର୍ଯ୍ୟରତ ୨ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ରଚନା କାଣ୍ତି ଓ ହରିହର ସ୍ବାଇଁ ଙ୍କୁ ବ୍ଲକ ଶିକ୍ଷା ବିଭାଗ ଅନ୍ୟତ୍ର ବଦଳି କରିଥିଲେ। ଶିକ୍ଷକ ହରିହର ସ୍ଵାଇଁ ଙ୍କୁ ଇନାୟତପୁର ବିଦ୍ୟାଳୟ କୁ ଓ ଶିକ୍ଷୟତ୍ରୀ ରଚନା କାଣ୍ଡି ଙ୍କୁ ବଡ଼ଓଲା ବିଦ୍ୟାଳୟ କୁ ବଦଳି କରାଯାଇଥିଲା। ତେବେ ବ୍ଲକ ଶିକ୍ଷା ବିଭାଗ ଉକ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ବଦଳି ଆଦେଶ କୁ ସ୍ଥଗିତ ରଖିବାକୁ ସ୍ଥିର କରିବାରୁ ଏହାର ପ୍ରତିବାଦ ରେ ଉକ୍ତ ଗ୍ରାମ ର ଗ୍ରାମବାସୀ ଆଜି ବିଦ୍ୟାଳୟ ର ମୁଖ୍ୟ ଫାଟକ ରେ ତାଲା ପକାଇଛନ୍ତି। ଗ୍ରାମକମିଟି ସଭାପତି ବାବାଜୀ ସ୍ଵାଇଁ, ବିଦ୍ୟାଳୟ କମିଟି ସଭାପତି ଶ୍ୟାମ ସୁନ୍ଦର ନାୟକ, ନିର୍ମଳ ମଲ୍ଲ, ତୁଷାର ବେହେରା ପ୍ରମୁଖ ଙ୍କ ନେତୃତ୍ଵ ରେ ଶତାଧିକ ଗ୍ରାମବାସୀ ବିଦ୍ୟାଳୟ ରେ ତାଲା ପକାଇ ଉକ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଙ୍କୁ ବିଦ୍ୟାଳୟ ରେ ପୁରାଇ ନ ଦେବାକୁ ଅଡି ବସିଛନ୍ତି। ଅଭିଭାବକ ମାନେ ବିଦ୍ୟାଳୟ ସମ୍ମୁଖ ରେ ଧାରଣାରେ ବସିଛନ୍ତି । ଫଳରେ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ବାଧା ପ୍ରାପ୍ତ ହୋଇଛି । ସରପଞ୍ଚ ଶୁଭସ୍ମିତା କାଣ୍ଡି ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀ ଓ ଅଭିଭାବକ ମାନଙ୍କୁ ସମର୍ଥନ ଜଣାଇଛନ୍ତି। ଅସ୍ତରଙ୍ଗ ବ୍ଲକ ଅତିରିକ୍ତ ଶିକ୍ଷାଅଧିକାରୀ ମମତା ମଞ୍ଜରୀ ଦେଇ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀ ଓ ଅଭିବାବକ ମାନଙ୍କୁ ବୁଝା ସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ବିଦ୍ୟାଳୟ ଫାଟକ ରେ ତାଲା ପଡ଼ିଛି। ଯେ ପର୍ଯ୍ୟନ୍ତ ଉକ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ଅନ୍ୟତ୍ର ବଦଳି ନ କରା ଯାଇଛି ସେ ପର୍ଯ୍ୟନ୍ତ ବିଦ୍ୟାଳୟ ଫାଟକ ରେ ତାଲା ପକାଇ ସେମାନେ ଧାରଣା ଦେବେ ବୋଲି ଅଭିଭାବକ ମାନେ ଘୋଷଣା କରିଛନ୍ତି। ଏହି ଘଟଣା ସମଗ୍ର ଅସ୍ତରଙ୍ଗ ଅଞ୍ଚଳ ରେ
ଚର୍ଚ୍ଚା ର ବିଷୟ ପାଲଟିଛି।


