ଦୁଇ ସ୍ଥାନରେ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କଲେ ସ୍ଥାନୀୟ ବିଧାୟକ

ପୋଲସରା,(ଅନିଲ କୁମାର ମହାରଣା): ପୋଲସରା ବ୍ଲକ ଅନ୍ତର୍ଗତ ମାଳ ତେନ୍ତୁଳିଆ ଗ୍ରାମରେ ଡିସେମ୍ବର ୨୮ ତାରିଖ ଓ କରଞ୍ଜରା ଗ୍ରାମରେ ୨୯ ତାରିଖ ଦିନ ଦୁଇଟି କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଉଦଘାଟନ କରିଛନ୍ତି। କ୍ରିକେଟ ମ୍ୟାଚ ସୋମବାର ଦିନ ମାଳ ତେନ୍ତୁଳିଆ ଗ୍ରାମରେ ମା ଦକ୍ଷିଣ କାଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥବା ବେଳେ କରଞ୍ଜିରା ଗ୍ରାମରେ ମଙ୍ଗଳବାର ଦିନ ଶ୍ରୀଶ୍ରୀ ଲଙ୍ଗଳେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା ଙ୍କ ସମେତ ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟ ଯୋଗଦେଇଥିଲେ। ବିଭିନ୍ନ ଗ୍ରାମାଞ୍ଚଳରେ କ୍ରିକେଟ ଖେଳ ପ୍ରତି ଆଗ୍ରହ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ