‘ଦୁଗ୍ଧ’ ଷ୍ଟଲ୍ କାର୍ଯ୍ୟକ୍ଷମ
ଛତ୍ରପୁର, (ଦେବଦତ୍ତ ମହାରଣା) :-ମିସନ୍ ଶକ୍ତି ଅଧୀନରେ କାର୍ଯ୍ୟ କରୁଥିବା ଛତ୍ରପୁର ବ୍ଲକ ନରେନ୍ଦ୍ରପୁର ଡାଏରୀ କ୍ଲଷ୍ଟର ପକ୍ଷରୁ ଛତ୍ରପୁର ଲୋୟର ବସଷ୍ଟାଣ୍ଡ ଠାରେ ‘ଦୁଗ୍ଧ’ ଷ୍ଟଲ୍ ଖୋଲାଯାଇଛି । ସକାଳ ୭ ଟା ୩୦ ରୁ ପୂର୍ବାହ୍ନ ୧୦ ଟା ୩୦ ପର୍ଯ୍ୟନ୍ତ ଏହି ଷ୍ଟଲ୍ ଖୋଲା ରହିବ । ଉକ୍ତ ଷ୍ଟଲ୍ରେ ତିନିପ୍ରକାର କ୍ଷୀର ଉପଲବ୍ଧ ରହିବ । ଏ’ୱାନ୍ ଦର୍ସୀ ଗାଇ କ୍ଷୀର ଲିଟର ପିଛା ୪୦ ଟଙ୍କା, ଏ’ଟୁ ଦେଶୀ ଗାଇ କ୍ଷୀର ଲିଟର ପିଛା ୬୦ ଟଙ୍କା ଏବଂ ମଇଁଷି କ୍ଷୀର ଲିଟର ପିଛା ୫୦ ଟଙ୍କା ମୂଲ୍ୟ ରହିଛି । ସେହିପରି ପନିର ଏବଂ ମାଟିହାଣ୍ଡି ଦହି ମଧ୍ୟ ଏହି ଷ୍ଟଲ୍ରେ ମିଳେ । ମାଟିହାଣ୍ଡି ଦହିର ଚାହିଦା ଅଧିକ ରହିଥିବା ଜଣାପଡିଛି । ଛତ୍ରପୁର ବ୍ଲକ ବିପିଏମ୍ ମାନିନୀ ଜେନା ଏବଂ ନରେନ୍ଦ୍ରପୁର ଡାଏରୀ କ୍ଲଷ୍ଟର ସମସ୍ତ ସଦସ୍ୟା ଉପସ୍ଥିତ ରହି ଆଜି ଏହି ଷ୍ଟଲ୍କୁ ଶୁଭାରମ୍ଭ କରାଯାଇଛି । ଏହା ପୂର୍ବରୁ ବ୍ରହ୍ମପୁର ରେ ଏକ ଷ୍ଟଲ ଖୋଲାଯାଇଥିବା ବେଳେ ଆଜି ଛତ୍ରପୁର ବ୍ଲକ ପକ୍ଷରୁ ଖୋଲାଯାଇଛି ।