ମଧୁବାବୁଙ୍କ ମୂର୍ତ୍ତି ସଫ।କଲା ସାମାଜିକ ଅନୁଷ୍ଠାନ
କଟକ, (ଯୁଗାବ୍ଦ ନ୍ୟୁଜ) :-ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶେଷ ବିଶ୍ରାମସ୍ଥଳ ଗୋରାକବର ସମାଧିପୀଠ ସଫେଇ, ମୂର୍ତ୍ତି ରଙ୍ଗ ଓ ମରାମତି କରିଲା ଓଡିଶାର ଅଗ୍ରଣୀ ସମାଜିକ ସଙ୍ଗଠନ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ । ଓଡ଼ିଶା ପ୍ରଦେଶର ସୃଷ୍ଟିକର୍ତ୍ତା, ଓଡ଼ିଆ ଜାତିର ଗର୍ବ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ତୁଳସୀପୁର ସ୍ଥିତଗୋରାକବର ସମାଧିପୀଠ ସଫେଇ ମରାମତି, ହରିଣ ପାର୍କ ନିକଟରେ ଥିବା ମୂର୍ତ୍ତିକୁ ରଙ୍ଗ କରାଯାଇ ମରାମତି ମଧ୍ୟ କରାଯାଇଛି । ଏହି ସେବା କାର୍ଯ୍ୟରେ ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା କୁନା ତ୍ରିପାଠୀ ସହ ଲିମା ମହାପାତ୍ର, ଆରତୀ ମହାରଣା, ଶାନ୍ତିଲତା ମହାରଣା, ଜିଜାଲୀନ ପାତ୍ର,କାର୍ତ୍ତିକ ଅଗ୍ରୱାଲ ଉପସ୍ଥିତ ରହି କାର୍ଯ୍ୟ ସମ୍ପର୍ଣ୍ଣ ସହ ସଭାପତି ମନୋଜ ପଣ୍ଡାଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା ।


