ଦୁଡୁଗାଁ ଗ୍ରାମରୁ କଲେଜ ଛାତ୍ରୀ ନିଖୋଜ, ଥାନାରେ ଦ୍ୱାରସ୍ଥ ହେଲେ ବାପା
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ସମଣା ପୟ୍ଚାୟତର ଦୁଡୁଗାଁ ଗ୍ରାମରୁ ଜଣେ କଲେଜ ଛାତ୍ରୀ ନିଖୋଜ ହୋଇଥିବା ନେଇ ପରିବାର ଲୋକେ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ସୁଚନାରୁ ଜଣାଯାଇଛି ଯେ ଗ୍ରାମର ଜଣେ ଯୁକ୍ତ-୩ କଲେଜ ପଢ଼ୁଆ ନା ବାଳିକା ଛାତ୍ରୀ ଗତ ୪ଦିନ ହେଲା କେଉଁଆଡେ ନିଖୋଜ ହୋଇଯାଇଛନ୍ତି । ସେ ଯାଜପୁର ଅଞ୍ଚଳରେ ଥିବା ଏକ କଲେଜରେ ପଢ଼ୁଥିବାବେଳେ ଗତ କିଛିଦିନ ହେଲା ଘରକୁ ଆସିଥିଲା । ପରିବାର ଲୋକେ ଅନେକ ଖେଢ଼ାଜୋଖୋଜି କରିବାପରେ ମଧ୍ୟ କୌଣସି ସନ୍ଧାନ ନପାଇବାରୁ ଛାତ୍ରୀର ବାପା ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ତଦନ୍ତ ଆରମ୍ଭ କରିଛି ।


