ଜୟଦୂର୍ଗା ଫାଉଣ୍ଡେସନ ର ମହା ବନ୍ଧୁମିଳନ ଉତ୍ସବ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆଜି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଗଡଚଣ୍ଡୀ ପୀଠ ଠାରେ ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶତାଧିକ ସ୍ବେଛାସେବୀ ସଂଗଠନ ମାନଙ୍କୁ ନେଇ ଏକ ମହା ବନ୍ଧୁମିଳନ ର ଆୟୋଜନ କରା ଯାଇଥିଲା।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ ଏବଂ କୌଶଲ୍ୟା ସେଠୀ ଏବଂ ସମାଜସେବୀ ଲଳିତ ରାୟ, ମାନସ ରଞ୍ଜନ ପଣ୍ଡା, ସଞ୍ଜୀବ ସାହୁ, ଭିକାରୀ ବରାଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ସମସ୍ତ ସ୍ବେଛାସେବୀ ମାନଙ୍କ ମଧ୍ୟରେ ଭାଇଚାରା ବଜାୟ ରଖି ସେବା କ୍ଷେତ୍ରକୁ ପ୍ରସସ୍ତ କରିବା ଦିଗରେ ଏହା ଏକ ପ୍ରୟାସ ବୋଲି ଟ୍ରଷ୍ଟ ର ଅଧ୍ୟକ୍ଷା ସୁରେଶ୍ଵରୀ ସାଗରିକା ଜେନା ପ୍ରକାଶ କରିଛନ୍ତି, ଏହି ଅବସରରେ ସମସ୍ତ ସମାଜସେବୀ ନିଜ ନିଜର ଅଭିଭାଷଣ ରଖିଥିବା ବେଳେ ସଭିଙ୍କୁ ଟ୍ରଷ୍ଟ ତରଫରୁ ସମ୍ମାନିତ କରାଯାଇଥିଲା , ଏହି କାର୍ଯ୍ୟକ୍ରମକୁ ଟ୍ରଷ୍ଟ ଅଧ୍ୟକ୍ଷା ଡ଼ ସୁରେଶ୍ୱରୀ ସାଗରୀକା ଜେନା ଅଧ୍ୟକ୍ଷତା କରିଥିବା ବେଳେ କିଶୋର କୁମାର ସିଂ, ଅର୍ଜୁନ ଖଣ୍ଡା, ରାଜଲକ୍ଷ୍ମୀ ବେହେରା, ଜଗନ ଜେନା, ଶ୍ରିଲେଖା ଜେନା, ସୁଶାନ୍ତ ସାମଲ, ଜଗମୋହନ ଜେନା, ଅନ୍ନପୂର୍ଣ୍ଣା ସାହୁ, ଶୀତଳ ବସ୍ତିଆ, ଗୁରୁପ୍ରସାଦ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ