ଦୁଧିଆଣୀ ଠାରେ ବିଜେଡି ର ଜନସମ୍ପର୍କ ପଦଯାତ୍ରା

କରଞ୍ଜିଆ, (ଜିତେନ୍ଦ୍ର ରାଜ):ରାଜ୍ୟବ୍ୟାପୀ ହେଉଥିବା ବିଜେଡି ର ଜନସମ୍ପର୍କ ପଦଯାତ୍ରା କରଞ୍ଜିଆ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ପଞ୍ଚାୟତ ଓ କରଞ୍ଜିଆ ଏନଏସି ରେ ଜାରି ରହିଛି ଆଜି କରଞ୍ଜିଆ ବ୍ଲକ ର ସବୁଠାରୁ ଦୁର୍ଗମ ପଞ୍ଚାୟତ ଦୁଧିଆଣୀ ଠାରେ ରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି ରେ ରାଜ୍ୟ ମହିଳା ଓ ଶିଶୁଵିକାଶ, ମିଶନ ଶକ୍ତି ମନ୍ତ୍ରୀ ତଥା କରଞ୍ଜିଆ ବିଧାୟିକା ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଙ୍କ ନେତୃତ୍ୱ ରେ ବ୍ଲକ ଅଧ୍ୟକ୍ଷା ସୁଭଦ୍ରା ମାରାଣ୍ଡି, ଉପାଧ୍ୟକ୍ଷ ଛତିଶ ମହାନ୍ତ,ଜିଲ୍ଲା ଉପସଭାପତି ସନ୍ତୋଷ ମହାନ୍ତ,ବ୍ଲକ ସଭପତି ସତ୍ୟରଞ୍ଜନ ମହାନ୍ତ, କରଞ୍ଜିଆ ଏନଏସି ର ପୂର୍ବତନ ନଗରପାଳ ପ୍ରେମଜୀତ ସାହୁ,ନିର୍ବାଚନ ମଣ୍ଡଳୀ ସଂଯୋଜକ ସାମୁଏଲ ନାୟକ,ଜିଲ୍ଲା ପରିଷଦ ସଭ୍ୟା ଜ୍ୟୋସ୍ନାରାଣୀ ନାୟକ, କୈବଲ୍ୟ ନାୟକ,ରାଜ୍ୟ ମହିଳା ସମ୍ପାଦିକା ଅଞ୍ଜୁ ମହାନ୍ତ,ଯୁବ ସଭାପତି ବିକି ଅଲ୍ଲୀ, ଛାତ୍ର ସଭାପତି କୋମଲ କୃଷ୍ଣ ମହାନ୍ତ,ଜିଲ୍ଲା ଯୁବ ଉପସଭାପତି ଲଳିତ ମହାନ୍ତ, ଙ୍କ ସହିତ ବହୁସଂଖ୍ୟାରେ ମହିଳା ଓ ପୁରୁଷ ଯୋଗଦେଇଥିଲେ ପଦଯାତ୍ରା ରେ ନବୀନ ପଟ୍ଟନାୟକ ଙ୍କ ସରକାର ର ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ବିଭିନ୍ନ ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରିବା ସହିତ ଲୋକଙ୍କ ସହିତ ତାଙ୍କ ସମସ୍ୟା ବିଷୟରେ ଅବଗତ ହୋଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ