ଦୁବାଇରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ
ଖଲ୍ଲିକୋଟ,(ଯୁଗାବ୍ଦ ନ୍ୟୁଜ୍) : ଖଲ୍ଲିକୋଟ ଥାନା ଅନ୍ତର୍ଗତ ପଥରା ଗ୍ରାମର ସନ୍ନ୍ୟାସୀ ସାଧବଙ୍କ ଗୋଟିଏ ମାତ୍ର ପୁଅ ବସନ୍ତ ସାଧବ (୪୧) । ଦୁଇ ବର୍ଷ ତଳେ ଅଧିକ ରୋଜଗାର କରିବା ନିମନ୍ତେ ଦୁବାଇର ଆବୁଦାବୀକୁ ଯାଇଥିଲେ । ଅଧିକ ରୋଜଗାର କରି ପରିବାର ପୋଷଣ କରିବି ବୋଲି ଯାଇଥିଲେ । ସେପଟେ ବାପା ଓ ମା ଉଭୟେ ଅନାଇ ବସିଥାନ୍ତି ପୁଅର ଫେରିବା ବାଟକୁ । ପୁଅକୁ କେବେ ଦୁଇ ନୟନରେ ଦେଖିବେ । କିନ୍ତୁ ଦଇବର ଲେଖା କିଛି ଅଲଗା ଥିଲା । ପତ୍ନୀ ଓ ପୁଅ ଝିଅ ବାପାଙ୍କ ସହ ଫୋନରେ କଥା ହେବା ପରେ ସେ କମ୍ପାନୀ ଯାଉଥିବା ସମୟରେ ହଠାତ ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତିକରାଯାଇଥିଲା କିନ୍ତୁ ସେତେ ବେଳକୁ ତାଙ୍କର ପ୍ରାଣବାୟୁ ଉଡିଯାଇଥିବା ଡାକ୍ତର କହିଥିଲେ । ଜଣେ ପରିଚିତ ବନ୍ଧୁଙ୍କ ଫୋନ ଯୋଗେ ମୃତକ ଖବର । ଏହି ଦୁଖଦ ଖବର ଶୁଣି ପରିବାର ମଧ୍ୟରେ କାନ୍ଦ ବୋବାଳି ରେ ଫାଟି ପଡିଥିଲା । ଦୀର୍ଘ ତିନି ଦିନ ହେଲା ଆଉ ଘରେ ଚୁଲି ଜଳିନାହିଁ ପରିବାର ଲୋକେ ସଦସ୍ୟ ଆଖିରେ ଲୁହ ଗଡୁଛି । ବାପା ,ମା ,ସ୍ତ୍ରୀ ,ପୁଅ ,ଓ ଝିଅ ମୃତ୍ୟୁ ଖବର ପରେ ସ୍ତବ୍ଧ ହୋଇଯାଇଛନ୍ତି । ଚାର୍ହି ରହିଛନ୍ତି ପୁଅର ମୃତ ଦେହ ଆସିବା ପାଇଁ ଜିଲ୍ଲାପାଳଙ୍କୁ ଜଣାଇବା ପରେ ଜିଲ୍ଲା ଶ୍ରମ ନିରିକ୍ଷକ ବି .ହୃଷିକେଶ ରାଓ ନିଜର ଭିଟାମାଟିକୁ ଅଣାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।ଅନ୍ୟ ପଟେ ଖଲ୍ଳିକୋଟ ବିଧାୟକ ମରଶରୀରକୁ ଦୁବାଇରୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀକୁ ଜଣାଇବି ବୋଲି କହିଛନ୍ତି । ଏହା ସହ ୍ତାଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ୍ଗ୍ରାମବାସୀ ଦାବି କରିଛନ୍ତି ।