ବିପୁଳ ପରିମାଣର ଗୁଟଖା ଜବତ :୨ ଗିରଫ
ବ୍ରହ୍ମପୁର.(ଯୁଗାବ୍ଦ ନ୍ୟୁଜ୍) ; ପୁଣି ବ୍ରହ୍ମପୁର ପୋଲିସକୁ ମିଳିଛି ସଫଳତା । ବେଆଇନ ଗୁଟୁଖା କାରଖାନା ସହରରେ ବେଧଡକ ଚାଲିଥିବାବେଳେ ଅସାଧୁ ବ୍ୟବସାୟୀ ମାନଙ୍କୁ ଠାବ କରିବା ପାଇଁ ବିଭିନ୍ନ ସମୟରେ ପୋଲିସ ତରଫରୁ ଚଢାଉ ଜାରୀ ରଖିବା ସହ ଅନେକ ସମୟରେ ଅସାଧୂୁ ବ୍ୟ୍ବସାୟୀ ମାନଙ୍କୁ ଗିରଫ କରିବା ସହ ବ୍ୟବହୃତ ମେସିନକୁ ଜବତ କରାଯାଉଛି । କିନ୍ତୁ ଅସାମାଜିକ ବ୍ୟକ୍ତି ବେଲରେ ଆସିଲା ପରେ ପୁଣୀ ଥରେ ବେଆଇନ କାରବାର ଚଳାଉ ଥିବାର ନଜିର ରହିଛି । ଅସାଧୁ ବେପାର ମାଧ୍ୟମରେ ରାତାରାତ ମାଲାମାଲ ହେବାକୁ ଚେଷ୍ଟା କରି ବେପାର କରୁଥିବାର ନଜିର ରହିଛି । ମନେ ହେଉଛି ଅସାମାଜିକ ବ୍ୟକ୍ତି ମାନଙ୍କର ଟିକିଏ ବି ଆଇନ କାନୁନ ଉପରେ ସତେ ଯେମିତି ଟିକିଏ ବି ଖାତିର ନାହିଁ । କିନ୍ତୁ ପୋଲିସ ନିଜର କର୍ତ୍ତବ୍ୟ ନିଷ୍ଠା ଓ ପରାକାଷ୍ଠା ଦେଖାଇଛି । ବଡ ବଜାର ଥାନା ଅନ୍ତର୍ଗତ ପେଣ୍ଠ ସାହିରେ ଅତର୍କିତ ଚଢାଉ କରି ବହୁଳ ପରିମାଣରେ ଗୁଟଖା ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି ।


