ଦୁର୍ଗମବାସୀ ଙ୍କ ମୁହଁରେ ହସ ଫୁଟାଇଲେ ସ୍ବେଛାସେବୀ ସଂଗଠନ ହେଲ୍ପ ଇଣ୍ଡିଆ

ଭଞ୍ଜନଗର, (ସନ୍ତୋଷ ବିଶୋଇ):ଦୁର୍ଗମ ଅଞ୍ଚଳରେ ଆଜି ମଧ୍ୟ ଲୋକଙ୍କ ଦୁଃଖ କହିଲେ ନସରେ । କେଉଁଠି ପହଂଚିବାକୁ ଭଲ ରାସ୍ତାଟିଏ ନାହିଁତ କେଉଁଠି ପିଇବା ପାଣି ଟିକିଏ ମିଳୁନି । କେଉଁଠି ଆଲୋକ ଵ୍ୟଵସ୍ଥା ନାହିଁ ,ସ୍ୱାସ୍ଥ୍ୟ, ଶିକ୍ଷା, ସବୁକ୍ଷେତ୍ରରେ ଅବହେଳିତ ହୋଇ ଦୁର୍ଦିନ ରେ ଜୀବନ ବିତାଉଛନ୍ତି । ଏଭଳି ପରିସ୍ଥିତିରେ ସେଠାକାର ଅଧିବାସୀ ମାନଙ୍କ ମୁଂହରେ ହସ ଫୁଟାଇବା ପାଇଁ ଉଦ୍ୟମ କରିଛନ୍ତି ସାମାଜିକ ସଂଗଠନ ହେଲ୍ପ ଇଣ୍ଡିଆ । ଗଞ୍ଜାମ ଭଞ୍ଜନଗର ଅଞ୍ଚଳରୁ ଏହି ଖବର ନଜରକୁ ଆସିଛି । ଗାଁ କୁନାହିଁ ରାସ୍ତା ପାଦଚଲା ରାସ୍ତା ରେ ଚାଲିଚାଲି ଯିବାକୁ ପଡୁଛି । କେତେବେଳେ ପଥୁରିଆ ରାସ୍ତା ତ କେତେବେଳେ ଜଙ୍ଗଲିଆ ରାସ୍ତା ଦେଇ ଯିବାକୁ ପଡୁଛି । ସୁଦୂର ଭୁବନେଶ୍ୱର ରୁ ବୋଲେରୋ ଓ ବାଇକ ଯୋଗେ ଏହି ଦୁର୍ଗମ ଅଞ୍ଚଳକୁ ଆସୁଛନ୍ତି ହେଲ୍ପ ଇଣ୍ଡିଆ ର ସଦସ୍ୟ ଥିବା ଯୁବକ ମାନେ ପାଦଚଲା ପଥୁରିଆ ଅଣ ଓସାରିଆ ରାସ୍ତା ରେ ବଣ୍ଟନ ପାଇଁ ସାମଗ୍ରୀ ଗୁଡିକୁ କିଏ ମୁଣ୍ଡରେ ତ କିଏ ହାତରେ ଧରି ଚାଲିଚାଲି କିଲୋକିଲୋ ମିଟର ଦୂର ଅତିକ୍ରମ କରି ଗାଁ ରେ ପଂହଁଚିବା ପରେ ସହରରୁ ବୋହି ଆଣିଥିବା ପୋଷାକ, ଲୁଗାପଟା, କମ୍ବଳ, ଜୋତା,ଚପଲ ସବୁ ଗାଁ ଦାଣ୍ଡରେ ଦୋକାନ ପକାଇବା ପରି ସଜାଯାଇଛି ଯାହାର ଯାହା ପସନ୍ଦ ଓ ଆବଶ୍ୟକ ଏଠାରୁ ନିଅନ୍ତୁ । ଭଞ୍ଜନଗର ବ୍ଲକ ବାଇବାଲି ପଂଚାୟତ ର ଦୁର୍ଗମ ତଡ଼ମା ଗାଁରେ ଏଭଳି ଚିତ୍ର ଦେଖିବାକୁ ମିଳିଛି । ପ୍ରାୟ ୨୫୦ କିଲୋମିଟର ଦୂର ରୁ ଉପାନ୍ତ ବାସୀଙ୍କ ମୁଁହରେ ହସଫୁଟାଇବା ପାଇଁ ଆସିଥିବା ଯୁବକ ମାନେ ଉପାନ୍ତ ବାସୀଙ୍କ ପାଇଁ ଆବଶ୍ୟକ ସାମଗ୍ରୀ ପ୍ରଦାନ କରିବା ସହ ସେମାନଙ୍କ ସମସ୍ୟା ବୁଝିଛନ୍ତି । ତାଙ୍କ ସହିତ ସମୟ କଟାଇଇବା ସହ ନାଚଗୀତ କରି ସେମାନଙ୍କ ମୁଂହରେ ହସ ଫୁଟାଇଛନ୍ତି । ତଡ଼ମା ପରେ ମୁଜାଗଡ଼ ପଂଚାୟତ ର ଆଉଗୋଟିଏ ଉପାନ୍ତ ଗାଁ ଢେପାଗୁଡା ରେ ଟିମ ପଂହଁଚିଥିଲେ ସେହି ଗାଁ କୁ ପଂହଁଚିବକୁ ଗ୍ରାମବାସୀଙ୍କ ଦ୍ୱରା ନିର୍ମିତ କାଠ ପୋଲ ଭରଷା । କାଠ ପୋଲ ଉପରଦେଇ ଜଙ୍ଗଲିଆ ରାସ୍ତାରେ ଚାଲିଚାଲି ପଂହଁଚିଥିଲେ । ସେହି ଗାଁରେ ମଧ୍ୟ ଲୋକଙ୍କୁ ସହଯୋଗର ହାତ ବଢ଼ାଇବା ସହ ତାଙ୍କ ସହିତ ମଧ୍ୟ ହସଖୁସିରେ ସମୟ କାଟିଥଲେ ହେଲ୍ପ ଇଣ୍ଡିଆ ର ସଦସ୍ୟ ମାନେ । ଗ୍ରାମବାସୀ ମଧ୍ୟ ଯୁବକଙ୍କ କାର୍ଯ୍ୟକୁ ସାଧୁବାଦ ଜଣାଇବା ସହ ନିଜ ଗାଁ ସମସ୍ୟା ସମ୍ପର୍କରେ ବଖାଣିଥିଲେ । ସତେ ଯେପରିକି ସେମାନେ ଖୁବ ଆପଣାର ଭଳି ବ୍ୟବହାର କରୁଥିବା ଲକ୍ଷ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ