ଦୁର୍ଗମ ଅଂଚଳରେ ଶିକ୍ଷକତା କରିଥିବା ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ଯୋଡ଼ା (ଯୁଗାଦ୍ଦ) କେନ୍ଦୁଝର ଜିଲା ଯୋଡା ବ୍ଲକ ପଳସା ଗ୍ରାମପନଚାୟତର ଦୁର୍ଗମ ଅଂଚଳରେ ଅବସ୍ଥିତ ଥିବା  ଗୁରୁଡା ୟୁଜିଏମଇ ସ୍କୁଲ୍ ରେ ପବିତ୍ର ଗାନ୍ଧି ଜୟନ୍ତି ଉପଲକ୍ଷେ ଛାତ୍ରୀଛାତ୍ର ଓ ଶିକ୍ଷୟତ୍ରୀଶିକ୍ଷକମାନଙ୍କ ଦ୍ୱାରା ଏକ ସମ୍ବର୍ଦ୍ଧନା  ସଭାର ଆୟୋଜନ ହୋଇଥିଲା । ଏହି ସଭାରେ ଅବସରପ୍ରାପ୍ତ ଶିକ୍ଷକ ବିଦ୍ୟାଧର ମହାକୁଡ, ସୁଧୀର କୁମାର ନାୟକ, ସ୍ୱର୍ଗତ ଅଜମ୍ବର ମହାନ୍ତଙ୍କୁ ଙ୍କୁ ବିଦ୍ୟାଳୟର ଛାତ୍ରୀଛାତ୍ର ଓ ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ସଭାରେ ଉପସ୍ଥିତ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ଛାତ୍ରୀଛାତ୍ରମାନେ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ଉପସ୍ଥିତ ଅବସରପ୍ରାପ୍ତ ଶିକ୍ଷକମାନେ ଗାନ୍ଧିଜୀଙ୍କ ଆଦର୍ଶ , ସତଚରିତ୍ରରେ ଅନୁପ୍ରାଣିତ ହେବା ପାଇଁ ଛାତ୍ରୀଛାତ୍ରମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଏହି ସଭାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଟିଗା ସଭାପତିତ୍ୱ କରିଥିବା ବେଳେ  ସହଶିକ୍ଷକ ସାହିଦ ଇକବାଲ୍, ସ୍ମୁତିରଂଜନ ମଣ୍ଡଳ, ଶୃଶାନ୍ତ କୁମାର ପ୍ରଧାନ, ଚିତରଂଜନ ପ୍ରଧାନ, ଦାଉଦ ବାଲା , କିର୍ତିମୟୀ ମହାନ୍ତ, ଯାଜ୍ଞସେନୀ ଲୋହାର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି ସଭାରେ ଶତାଧିକ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ