ଦୁର୍ଗମ ଅଞ୍ଚଳର ସ୍ତିତି ପରଖିଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ
ରାୟଗଡା – (ଯୁଗାବ୍ଦ ନ୍ୟୁଜ) ନିର୍ବାଚନ ପ୍ରଚାର ସମୟରେ ଦେଇଥିବା ପ୍ରତିଶୃତି ପୁରଣ କଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା । ଆଜି ଆଦିବାସୀ କଲ୍ୟାଣ ମନ୍ତ୍ରୀ ମନ୍ତ୍ରୀଙ୍କ ସହ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ , ରାଜ୍ୟ ଯୋଜନା ବୋର୍ଡ ପରିଷଦ ସଦସ୍ୟ ସୁଧୀର ଦାସ ଏବଂ ତାଙ୍କ ସମର୍ଥକମାନେ ରାୟଗଡା ଜିଲ୍ଲାର ମାଓପ୍ରବଣ ବ୍ଲକର ପେଣ୍ଡିଲି ଏବଂ କର୍ଲାଘାଟି ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳ ପରିଦର୍ଶନ କରିବା ସହିତ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରିବୁଝିଥିଲେ । ବିଶେଷକରି ଗ୍ରାମାଞ୍ଚଳରେ ଥିବା ପାନୀୟଜଳ, ମୋବାଇଲଟାୱାର, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ସମସ୍ୟାଗୁଡିକର କିଭଳି ସ୍ଥାୟୀ ସମାଧାନ ହୋଇପାରିବ ସେନେଇ ଆଲୋଚନା କରିଥିଲେ । ରାୟଗଡା ଜିଲ୍ଲାରେ ଏବକାର ମୁଖ୍ୟ ସମସ୍ୟା ହେଲା ମୋବାଇଲ୍ ଟାଓ୍ବାର୍।ଯୁଆଡେ ଗଲେ ପାହାଡ,ଡଙ୍ଗର ଉପରକୁ ଚଡିକି ଫୋନ କରିବାଟା ବୋଲି ଲୋକମାନେ କହିଥିଲେ। ବାଇନା ଗୁଡା ପରେ ଗୁଡାରୀ,ବିଷମକଟକ,ଏବଂ ଚନ୍ଦ୍ରପୁରବ୍ଲକ ର ବୋର୍ଡର ଅଞ୍ଚଳକୁ ଜରୁରୀକାଳିନ ସମୟରେ ଫୋନ ଲାଗୁନଥିବା ଅଭିଯୋଗ କରିଥିଲେ।ଏପରିକି ପ୍ରତି ୧୦ କିମି ବ୍ୟବଧାନରେ ମୋବାଇଲ ଟାଓ୍ବାର ବସାଇବାପାଇଁ ଦାବି କରିଥିଲେ ଏଠାକାର ଲୋକେ।ଏସବୁ ଅତି ଶିଘ୍ର କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ମନ୍ତ୍ରୀ ଏବଂ ବିଧାୟକ।ଲୋକମାନେ ଆମକୁ ପାଞ୍ଚବର୍ଷପାଇଁ ଭୋଟଦେଇଛନ୍ତି।ଆମେ ଲୋକଙ୍କପାଇଁ ଲଡିବୁ ଏବଂ ସରକାରଙ୍କ ସବୁପ୍ରକାର ଯୋଜନା ଗୁଡିକ ଗାଁକୁଗାଁ ପହଞ୍ଚାଇବୁ ଆଉ କିଛି ଭଲକାମ କରିବୁ ବୋଲି ନିଜ ପ୍ରତିକ୍ରିୟାରେ ଆଦିବାସି ମନ୍ତ୍ରୀ,ଗୁଣପୁର ବିଧାୟକ ଏବଂ ଯୋଜନାବୋର୍ଢ ସଦସ୍ୟ କହିଛନ୍ତି।