ଦୁର୍ଗା ପ୍ରସାଦ ଅଧିକାରୀଙ୍କ ପାଇଁ ଗର୍ବିତ ଗଜପତିବାସୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ସଂପ୍ରତି ୟୁପିଏସ୍‌ସି ଫଳାଫଳରେ ୨୦୫ର‌୍ୟାଙ୍କ ରଖି କୃତୀତ୍ୱ ହାସଲ କରିଥିବା ଦୁର୍ଗା ପ୍ରସାଦ ଅଧିକାରୀଙ୍କ ପାଇଁ ସମଗ୍ର ଗଜପତିଜିଲ୍ଲା ବାସୀ ଗର୍ବିତ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି । ସୂଚନା ଯୋଗ୍ୟ ଯେ, ଚଳିତ ୟୁପିଏସ୍‌ସି ଫଳାଫଳ ବାହାରିଛି । ଏଥିରେ ପାରଳାଖେମୁଣ୍ଡି ଗୋପିନୀ ସାହିର ମୂଳବାସୀନ୍ଦା ତଥା ବ୍ରହ୍ମପୁର ନିବାସୀ ଚଣ୍ଡି ପ୍ରସାଦ ଅଧିକାରୀ ଓ ଜ୍ୟୋତ୍ସନାରାଣୀ ଅଧିକାରୀଙ୍କ ସୁପୁତ୍ର ଦୁର୍ଗା ପ୍ରସାଦ ଅଧିକାରୀ ଅଟନ୍ତି । ତାଙ୍କ ଜେଜେବାପା ସ୍ୱର୍ଗ ସଚ୍ଚିଦାନନ୍ଦ ଅଧିକାରୀ ମଧ୍ୟ ଏ ଅଞ୍ଚଳର ଜଣେ ଜଣାଶୁଣା ବ୍ୟକ୍ତିବିଶେଷ ଥିଲେ । ଅଭିଭକ୍ତ ଗଞ୍ଜାମ ମାଟିର ନିବାସୀ ହୋଇଥିବାରୁ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବ ଆଣିପାରିଛନ୍ତି ବୋଲି ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଅଛି । ଦୁର୍ଗା ପ୍ରସାଦ ଅଧିକାରୀ ବ୍ରହ୍ମପୁର ଗୁରୁ ନାନକ ସ୍କୁଲରେ ଶିକ୍ଷାଲାଭ କରି ସେ ୨୦୧୦ ମସିହାରେ ମାଟ୍ରିକ ପାସ କରିଥିଲେ । ଏହାପରେ ଖଲ୍ଲିକୋଟ କଲେଜରୁ ଯୁକ୍ତଦୁଇ ପାସ୍ କରିବା ପରେ ଭୁବନେଶ୍ୱର ସ୍ଥିତ ସିଇଟି କଲେଜ୍‌ରେ ବିଟେକ୍ ପଢିଥିଲେ । ପରେ ସେ ମାରୁତି ସୁଜୁକି ଓ ବୁସ୍କ ଭଳି ବଡ ବଡ କମ୍ପାନୀରେ କାର୍ଯ୍ୟ କରି ଗତ ୨୦୨୦ ମସିହାଠାରୁ ସିଭିଲ ସର୍ଭିସ ପାଇଁ ମନବଳାଇ ପ୍ରସ୍ତୁତ କରୁଥିଲେ । ଦୁଇଥର ପରୀକ୍ଷା ଦେବା ପରେ ମଧ୍ୟ ସଫଳତା ମିଳିପାରି ନଥିବା ବେଳେ ଚଳିତ ବର୍ଷ ତୃତୀୟ ଥର ପରିଶ୍ରମର ଫଳ ମିଳିଥିବାର ଜଣାପଡିଛି । ତାଙ୍କର ଏଭଳି କୃତକାର୍ଯ୍ୟ ଯୋଗୁଁ ପାରଳାଖେମୁଣ୍ଡି ସହରର ଗୋପିନୀ ସାହି ବାସିନ୍ଦାଙ୍କ ସମେତ ସମଗ୍ର ସହର ଓ ଜିଲ୍ଲାର ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ