ଦୁର୍ଘଟଣାରେ ଦୁଇ ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ବିଧାୟକ

ବୁଗୁଡା, (ଅନିଲ ମହାରଣା):ବୁଗୁଡା ସହର ଉପକଣ୍ଠ ପୋଲସରା ରୋଡର ସନ୍ତୋଷି ମାଆଙ୍କ ମନ୍ଦିର ନିକଟରେ ଏକ ବାଇକ ଦୁର୍ଘଟଣାରେ ଅକ୍ଟୋବର ୨୧ ତାରିଖ ଦିନ ଭୋରରେ ପାଙ୍ଗିଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଞ୍ଚୁରୁ ଗ୍ରାମର ତପନ କୁମାର ସ୍ୱାଇଁ(୨୫) ଓ ଏ. ପ୍ରକାଶ ପାତ୍ର(୩୦) ମୃତ୍ୟୁ ବରଣ କରିଥିଲେ। ଖବର ପାଇବା ପରେ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଅକ୍ଟୋବର ୨୨ ତାରିଖ ଦିନ କଞ୍ଚୁରୁ ଗ୍ରାମକୁ ଯାଇ ମୃତ୍ୟୁ ବରଣ କରିଥିବା ଦୁଇ ଯୁବକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏଥି ସହିତ ଦୁର୍ଘଟଣା ଜନିତ କାରଣ ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ବିଧାୟକଙ୍କ ସହ ପାଙ୍ଗିଡ଼ି ସରପଞ୍ଚ ସୁଶାନ୍ତ କୁମାର ଆପଟ ଓ ସମିତି ସଭ୍ୟ କୃଷ୍ଣ ରା ଏବଂ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ