ଦୁର୍ଘଟଣାରେ ବାଇକ୍ ଆରୋହୀ ଗୁରୁତର
ଯୋଡ଼ା: କେନ୍ଦୁଝର ଜିଲ୍ଳା ଯୋଡା ୫୨୦ନଂ ଜାତୀୟ ରାଜପଥ ରଣାଶାଳ ଘାଟିଠାରେ ସୋମବାର ଏକ ଦୁର୍ଘଟଣା ଘଟିଛି । ଦୂର୍ଘଟଣାରେ ଜଣେ ବାଇକ ଆରୋହି ଗୁରୁତର ଆହାତ ହୋଉଛି । ମିଳିଥିବା ଖବର ଅନୁଯାୟୀ ବରପଦା ଗ୍ରାମର ଉପେନ୍ଦ୍ର ପଲେଇ ବାଇକ୍ ରେ ବାସୁଦେବପୁରଠାରୁ ନିଜ ଗ୍ରାମ ଅଭିମୁଖେ ଯାଉଥିବା ବେଳେ ସୋମବାର ସନ୍ଧ୍ୟା ୬.୩୦ ସମୟରେ ରଣାଶାଳ ଘାଟିଠାରେ ଏକ ହାଇୱା ଟ୍ରକର ଚକା ଫାଟିଯିବାରୁ ହାଇୱା ଟ୍ରକରେ ବୋଝେଇ ହୋଇଥିବା ଲୁହାପଥର ଗୁଡିକ ବାଇକ୍ ଆରୋହୀ ଉପେନ୍ଦ୍ର ପଲେଇଙ୍କ ଉପରେ ପଡିଯାଇଥିଲା । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ଟାଟାଷ୍ଟିଲ ଡାକ୍ତରଖାନାରେ ଭର୍ତ୍ତିକରାଯାଇଛି ।


