ଦୁର୍ଘଟଣାରେ ବାଇକ୍ ଆରୋହୀ ଙ୍କ ମୃତ୍ୟୁ; ଦୁର୍ଘଟଣା ଘଟାଇ ବୋଲେରୋ ଚମ୍ପଟ

ଯୋଡା, (ସମୀର କୁମାର ଦାସ): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ବନ୍ଦୁଆବେଡା ଗ୍ରାମ ନିକଟରେ ଏକ ବୋଲେରୋ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ତଥ୍ୟ ଅନୁଯାୟୀ ରବିବାର ଅପରାହ୍ନରେ ଏକ ବାଇକରେ କମଳପୁର ଗ୍ରାମର ଯୁବକ ମାନ ମୁଣ୍ଡା(୨୪) ଜୁରୁଡି ଆଡକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବୋଲେରୋ ଗାଡି ତାଙ୍କ ବାଇକ୍‌କୁ ଧକ୍କା ଦେବାରୁ ସେ ଛିଟିକି ପଡିଥିଲେ  ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇ ବୋଲେରୋ ଗାଡିଟି ସେଠାରୁ ଦ୍ରୁତ ଗତିରେ ପଳାଇ ଯାଇଥିଲା । ହେଲେ ବୋଲେରୋ ଗାଡିର ଭଙ୍ଗା ଯନ୍ତ୍ରାଂଶ ସେଠାରେ ପଡିଥିବା ଲୋକ ମାନେ ଦେଖିଥିଲେ । ବାମେବାରୀ ପୋଲିସ ଘଟଣାସ୍ଥଳରେ ପହଁଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ଘଟାଇଥିବା ଗାଡିର ଟେର୍ ପୋଲିସ୍ ପାଇ ପାରିନାହିଁ । ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ଚାପା ଉତେଜନା ଦେଖାଯାଇଥିଲା । ଗ୍ରାମବାସୀ ମାନେ କିଛି ସମୟ ଧରି ରାସ୍ତାକୁ ଅବରୋଧ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ