ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି
ବାଲେଶ୍ୱର, (ସରୋଜ ପଣ୍ଡା) :-ବିଦୁଛକ ବସ ଦୁର୍ଘଟଣାରେ ମୃତବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ବାଲେଶ୍ୱର ସରକରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । କମିଟିର ସଭାପତି ମମତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମୃତକମାନଙ୍କ ଆତ୍ମାର ସଦଗତି ଓ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରି ନିରବ ପ୍ରାର୍ଥନା କରାଯାଇଥିଲା । ଜାତୀୟ ରାଜପଥ ସଂପ୍ରସାରଣ ଓ ମରାମତି କାର୍ଯ୍ୟ ଦୀର୍ଘବର୍ଷ ଧରି ଚାଲୁ ରହିଥିବାରୁ ଅନେକ ସମୟରେ ଏହିପରି ଦୁର୍ଘଟଣା ବାରମ୍ବାର ଘଟୁଥିବା ସମ୍ପର୍କରେ ବୈଠକରେ ଉପସ୍ଥିତ ସଭ୍ୟମାନେ ଆଲୋଚନା କରିଥିଲେ । ଏହି ବୈଠକରେ କ୍ରିୟାନୁଷ୍ଠାନ କମିଟିର କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ା, ସାଧାରଣ ସଂପାଦକ ପ୍ରଦୀପ ଦାସ, ଉପସଭାପତି ପ୍ରଭାକର ସାହୁଙ୍କ ସମେତ ଯଶୋଦା ନନ୍ଦନ ଆସ, ଡା. ତାରାକାନ୍ତ ନନ୍ଦ, ପ୍ରଫୁଲ୍ଲ କୁମାର ଦାସ, ଗୌରାଙ୍ଗ ପାଣିଗ୍ରାହୀ, ଶ୍ୟାମସୁନ୍ଦର ଜେନା, ପୁରସ୍ତମ ବେହେରା, ବ୍ରହ୍ମାନନ୍ଦ ଦାସ ଓ ବିଜନ କୁମାର ଦେ ପ୍ରମୁଖ ଯୋଗ ଦେଇଥିଲେ । ଦୀନବନ୍ଧୁ ଲେଙ୍କା ଧନ୍ୟବାଦ ଦେଇଥିଲେ । ବୈଠକ ପରେ ଏକ ପ୍ରତିନିଧି ଦଳ ବାଲେଶ୍ୱର ହସପିଟାଲରେ ପହଞ୍ଚି ଚିକିତ୍ସିତ ଆହତମାନଙ୍କୁ ସାକ୍ଷାତକରି ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ଓ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ ।