ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ କନ୍ତିଆ ଗ୍ରାମର ରଘୁନାଥ ମିଶ୍ରଙ୍କ ପୁତ୍ର ଦୀପକ(୩୦)ଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ରବିବାର ସନ୍ଧ୍ୟାରେ ଦୀପକ ଓ ଆଉ ଜଣେ ଯୁବକ ସ୍କୁଟି ଯୋଗେ ଫାୟାର ଷ୍ଟେସନ ଛକରୁ ସି.ଆର.ପି ଛକ ଅଭିମୁଖେ ଯାଉଥିବା ବେଳେ ଓଭରବ୍ରିଜ୍ ନିକଟରେ ଭାରସାମ୍ୟ ହରାଇ ଡିଭାଇଡରେ ପିଟି ହୋଇଥିଲେ । ଘଟଣା ସ୍ଥଳରେ ଟ୍ରାଫିକ୍ ଏସ.ପି ପହଞ୍ôଚ ୨ ଜଣ ଯୁବକଙ୍କୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସପିଟାଲକୁ ପଠାଇଥିଲେ । ସେଠାରେ ଦୀପକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ନୟାପଲ୍ଲୀ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ôଚ ସ୍କୁଟିକୁ ଜବତ କରିଥିଲା । କ୍ୟାପିଟାଲ ହସପିଟାଲରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ଦୀପକ ଜଣେ ମେଧାବୀ ଛାତ୍ର ଥିବା ବେଳେ ସେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ କାର୍ଯ୍ୟ କରୁଥିଲେ । ସେ ଜଣେ ମେଧାବୀ ଛାତ୍ର ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ