ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ବୟାବନାପୁର ପଂଚାୟତ ହଳଦିଗଡ଼ିଆ ଗ୍ରାମର ଜନୈକ ଯୁବକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସୂଚନା ମିଳିଛି। ଗ୍ରାମର ଗୋବିନ୍ଦ ରାଉତଙ୍କ ପୁଅ ପ୍ରଭାକର(୩୨)ଗତ ଶୁକ୍ରବାର ବିଳମ୍ବିତ ରାତ୍ରିରେ ସାଇକେଲ ଯୋଗେ ଭଦ୍ରକ ମେଡିକାଲରୁ ଫେରୁଥିବା ବେଳେ ଜାତୀୟ ରାଜପଥର ନଳାଙ୍ଗ ଠାରେ ତାଙ୍କୁ ଏକ ଟ୍ରକ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ଅଟକ ରଖିଥିବା ଜଣାପଡିଛି। ଯୁବକଙ୍କ ଅକାଳ ମୃତ୍ୟୁକୁ ନେଇ ଅଂଚଳରେ ଶୋକର ଛାୟା ଖେଳିଯାଇଛି।