ଦୁର୍ଘଟଣାରେ ୨ ଭାଲୁ ମୃତ
ଯାଜପୁର , (ଯୁଗାବ୍ଦ ନ୍ୟୁଜ) : ରାସ୍ତା ପାର ହେବା ବେଳେ ଦୁର୍ଘଟଣାରେ ୨ ଭାଲୁଙ୍କ ଜୀବନ ଚାଲିଯାଇଛି । ଯାଜପୁର ରୋଡ ରେଞ୍ଜ ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥର ରଗଡି ଛକ ନିକଟରେ ଏହି ଦୂର୍ଘଟଣା ଘଟିଛି । ଦୁର୍ଘଟଣାରେ ମା ଭାଲୁ ସମେତ ଛୁଆ ଭାଲୁର ମୃତ ହୋଇଛି । ମାଁ ଭାଲୁର ବୟସ ୮ ବର୍ଷ ହୋଇଥିବା ବେଳେ ଛୁଆ ଭାଲୁର ବୟସ ୬ ମାସ । ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଦୁୁଇ ଭାଲୁଙ୍କ ଶବ ଉଦ୍ଧାର କରିବା ସହ ବେବଛେଦ ପାଇଁ ପଠାଯାଇଛି । ଭାଲୁ ଦୁଇଟି କୋରାବନ୍ଦୀ ସଂରକ୍ଷିତ ଜଙ୍ଗଲରୁ ଚାଲିଆସିଥିବା ଅନୁମାନ କରାଯାଉଛି ।


