ଦୁର୍ଘଟଣା ବେଳର ପ୍ରତିଶୃତି ରଖିପାରୁନି ପ୍ରଶାସନ

ବନ୍ତ, (ଯୁଗାଦ୍ଧ ନ୍ୟୁଜ୍‌) : ସଡକ ଦୁର୍ଘଟଣାରେ ପୁଅ ମୃତ୍ୟୁ ବରଣ କରିଥିବା ବେଳେ ପ୍ରଶାସନ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲା । ମାତ୍ର ସବୁ ପ୍ରତିଶୃତିକୁ ପ୍ରଶାସନ ଭୁଲି ଯାଇଛି । ଘର ଖଣ୍ଡିଏ ପାଇଁ ଦୌଡି ଦୌଡି ନୟାନ୍ତ ହେଲେଣି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ପଧାନପଡା ଗ୍ରାମର ଲୋଚନ ବାରିକ । ଗତ ୪ ବର୍ଷ ତଳେ ବଡ ପୁଅ ଶ୍ରୀବନ୍ତପୁର ଛକରେ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ । ପ୍ରଶାସନ ତରଫରୁ କୌଣସି ଆର୍ଥିକ ସହାୟତା ମିଳିନଥିବା ବେଳେ ଘର ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା । ମାତ୍ର ଏହା ମଧ୍ୟରେ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ତାଙ୍କୁ କୌଣିସ ଯୋଜନାରେ ଘର ଖଣ୍ଡିଏ ମିଳିନାହିଁ । ବିଜୁ ପକ୍କା ଘର ଖଣ୍ଡିଏ ପାଇବା ପାଇଁ ତକ୍ରାଳୀନ ସାଂସଦ ଓ ବିଧାୟକଙ୍କ ଠାରେ ଗୁହାରୀ କରିଥିଲେ । ତୁରନ୍ତ ଘର ଯୋଗାଇ ଦେବାକୁ ତକ୍ରାଳୀନ ବିଧାୟକ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବ୍ଲକ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ଜିଲ୍ଲା ପ୍ରକଳ୍ପ ନିେର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ରିପୋର୍ଟ ଦିଆଯାଇଥିଲା । ମାତ୍ର ଏହା ମଧ୍ୟରେ ଦୀର୍ଘ ମାସ ବିତି ଯାଇଥିଲେ ମଧ୍ୟ ତାଙ୍କୁ ଘରଟିଏ ମିଳି ପାରିନାହିଁ । ଫଳରେ ସେ ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି । ଘରଡିହକୁ ଛାଡି ଦେଲେ ଗୁଣ୍ଠେ ଅଧେ ଚାଷ ଜମି ନାହିଁ । ପରର ମୂଲ ଲାଗି ୫/୬ ପ୍ରାଣୀ କୁଟୁମ୍ବଙ୍କୁ ପୋଷିବା ତାଙ୍କ ପକ୍ଷେ କଷ୍ଟ ସାଧ୍ୟ ହୋଇପଡୁଛି । ଏପରିସ୍ଥଳେ ଘର ଖଣ୍ଡିଏ ନଥିବାରୁ ପରିବାରଲୋକେ ମୁଣ୍ଡ ଗୁ୍‌ଞ୍ଜିବା କଷ୍ଟକର ହୋଇପଡୁଛି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ