ଦୁର୍ଘଟଣା ରେ ଠିକାଦାରଙ୍କ ମୃତ୍ୟୁ ମାମଲା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ପୋଲିସ ଗୁରୁବାର କନ୍ଧମାଳ ଜିଲା ଦାରିଙ୍ଗୀବାଡ଼ି ଥାନା ସିପୁବାଡ଼ି ଗ୍ରାମର ଗାଡ଼ି ଚାଳକ ପିତର ପ୍ରଧାନ ଙ୍କୁ ଗିରଫ କରି ଥାନା ମାମଲା ନଂ.୩୦୭/୨୩ ଅନୁଯାୟୀ କୋର୍ଟ ଚାଲାଣ କରିଛନ୍ତି।ଗତ କାଲି ଅପରାହ୍ନ ପ୍ରାୟ ସାଢେ ୪ ଟାରେ ଦିଗପହଣ୍ଡି ସହର ଉପକଣ୍ଠ ଏନ୍ ଏ ସି ତନଖି ଫାଟକ ନିକଟରେ ମହାଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍ ଧକ୍କା ଦେବାରୁ  ବାଇକ୍ ଆରୋହୀ   ସାନଖେମୁଣ୍ଡି ବ୍ଲକ ଭାଲିଆ ଝୋଳା ଗ୍ରାମର ଶ୍ରମିକ ଠିକାଦାର ମହେଶ୍ବର ବାଡ଼ତ୍ୟା ଙ୍କ ମୃତ୍ୟୁ ଘଟିଥିଲା।ମହେଶ୍ବର ତାଙ୍କ ବାଇକ୍ ନଂ. ( ଓଡି ୦୭ ଏ ଏନ୍  ୬୩୭୧) ଯୋଗେ   ଯାଉଥିବା ସମୟରେ ବିପରୀତ ଦିଗରୁ ବ୍ରହ୍ମପୁର ରୁ କନ୍ଧମାଳ ଜିଲା ବ୍ରାହ୍ମଣୀ ଗାଁ ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ମହାଲକ୍ଷ୍ମୀ ବସ୍ ନଂ. ( ଓ ଆର୍ ୦୭ ଡବ୍ଲ୍ଯୁ ୪୮୦୫ ) ବାଇକକୁ ଧକ୍କା ଦେଇଥିଲା। ସେ ତଳେ କଚାଡି ହୋଇ ପଡ଼ିଥିଲେ।ତାଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଭିଯୁକ୍ତ ଗାଡ଼ି ଚାଳକ ପିତର ଫେରାର ହୋଇଯାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ