ଦୁର୍ଘଟଣା ରେ ଶିଶୁ ର ମୃତ୍ୟୁ : ନାବାଳିକା ଗୁରୁତର
ସୋରଡା, (ରଜନୀ ମହାପାତ୍ର) :-ସୋରଡା ବ୍ଲକ ଅସୁରବନ୍ଧ ପଞ୍ଚାୟତ ଦାନ୍ତଲିଙ୍ଗି ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଅଭାବନୀୟ ଘଟଣା କ୍ରମେ ଦୁର୍ଘଟଣା ଘଟି ୫ ବର୍ଷର ଶିଶୁ ର ମୃତ୍ୟୁ ହେବା ସହ ୭ ବର୍ଷର ନାବାଳିକା ଗୁରୁତର ହୋଇଛି । ଗ୍ରାମର ଦିଲୀପ ସାହୁ ଙ୍କ ସ୍ତ୍ରୀ ପୁଷ୍ପା ସାହୁ ଓ ତାଙ୍କ ୫ ବର୍ଷର ପୁଅ ଦୀପକ ସାହୁ, ଝିଅ ରାନୁ ସାହୁ ୩ ଜଣ ଯାକ ଗ୍ରାମ ନିକଟ ଚର୍ଚ କୁ ପ୍ରାର୍ଥନା ପାଇଁ ଯାଉଥିଲେ । ବିପରୀତ ଦିଗରୁ ଗୋଟିଏ ପିକ ଅପ ଭେନ ଦ୍ରୁତ ଗତିରେ ଆସି ସମୁଖ ରୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦୀପକ ଓ ରାନୁ ଛିଟିକି ହୋଇଯାଇ ଥିଲେ । ଗ୍ରାମବାସୀ ଚାଳକ କୁ ଅଟକ ରଖି ଥିଲେ । ଆହତ ଙ୍କୁ ସୋରଡା ମେଡିକାଲ ଆଣିଥିଲେ । ଡାକ୍ତର ଦୀପକକୁ ମୃତ୍ୟୁ ଘୋଷଣା କରିଥିଲେ । ରାନୁ କୁ ଗୁରୁତର ଥିବାରୁ ବ୍ରହ୍ମପୁର ପଠାଯାଇଛି । ଗ୍ରାମରେ ପୋଲିସ ପହଞ୍ଚି ଚାଳକ କୁ ଆଣି ଅଟକ ରଖିଛି । ମୃତ ଦୀପକ ର ବାପା କେରଲ ରେ ଶ୍ରମିକ ଭାବେ କାର୍ଯ୍ୟରତ ଥିବା ବେଳେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଠୀ ହୋଇଛି । ଏପଟେ ଚାଳକ ଜଣଙ୍କ ମୃତ ଶିଶୁ ର ସମ୍ପର୍କୀୟ ମାମୁ ହେବ ବୋଲି ଜଣା ପଡିଛି । ଡାକ୍ତର ଖାନା ପରିସରରେ ଭିଡ ଜୋଙ୍ଗୁ ଆଇଆଇସି ରମେଶ କୁମାର ପ୍ରଧାନ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ବ୍ୟବସ୍ତା କରିଛନ୍ତି । ସୂଚନା ଯୋଗ୍ୟ ଯେ ମେ ମାସ ସାରା ଖ୍ରୀଷ୍ଠ ଧର୍ମାବଲମ୍ବି ମାନଙ୍କ ପ୍ରାର୍ଥନା ମାସ ସହ ମେରି ଙ୍କୁ ଭକ୍ତି ପ୍ରଦାନ କରାଯାଇଥାଏ । ମଙ୍ଗଳବାର ଶେଷ ଦିବସରେ ସମସ୍ତ ଭକ୍ତ ସପରିବାର ଗୀର୍ଜା କୁ ଯାଇ ଭକ୍ତି ପ୍ରଦାନ ର ପରମ୍ପରା ରହିଥିବାରୁ ଏମାନେ ମଧ୍ୟ ସନ୍ଧ୍ୟାରେ ଗୀର୍ଜା କୁ ଯାଉଥିଲେ ।


