ଦୁର୍ଘଟଣା ରୋକିବାକୁ ପୋଲିସର ପଦକ୍ଷେପ

ନିମାପଡ଼ା,(ସନ୍ତୋଷ କୁମାର ଦାଶ):ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ ଦୁର୍ଘଟଣା ରୋକିବାକୁ ଏକ ପଦକ୍ଷେପ ନେଇଛନ୍ତି।ଏହି ପରିପ୍ରେକ୍ଷୀ ରେ ନିମାପଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ପ୍ରଭାତ ମଲ୍ଲିକ ଙ୍କ ଅଧୀନରେ ଥିବା ନିମାପଡ଼ା, ଗୋପ, ଚନ୍ଦ୍ରଭାଗା ମେରାଇନ୍, କୋଣାର୍କ,ବଳଙ୍ଗା,ଚାରିଛକ ରାମଚଣ୍ଡି ,କାକଟପୁର ,ଅସ୍ତରଙ୍ଗ ଅସ୍ତରଙ୍ଗ ମେରାଇନ୍ ଥାନା ଅଞ୍ଚଳ ରେ ଦୁର୍ଘଟଣା ରୋକିବାକୁ ରାସ୍ତାରେ ଯାତାୟାତ କରୁଥିବା ଭାରି ଯାନ ଗୁଡ଼ିକ ରାତ୍ର ୧୦ ରୁ ଭୋର ୬ ଟା ପର୍ଯ୍ୟନ୍ତ ଚାଲିବ ବୋଲି ଏକ ନିଷ୍ପତ୍ତି ନେଇଛନ୍ତି ।ସକାଳ ୬ ଟା ରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ କୌଣସି ଭାରିଯାନ ନ ଚଳାଇବାକୁ ଭାରି ଯାନ ମାଲିକ ସଂଘକୁ ପୋଲିସ ପକ୍ଷରୁ ଜଣାଇ ଦିଆଯାଇଛି ବୋଲି ନିମାପଡ଼ା ଥାନା ଅଧିକାରୀ ବାମଦେବ ସ୍ବାଇଁ କହିଛନ୍ତି । ଗତ ଦୁଇ ଦିନ ତଳେ ଦହିଜଙ୍ଗ ଠାରେ ଏକ ଭାରିଯାନ ଜଣେ ସ୍କୁଟି ଗାଡ଼ି କୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ଜଣେ ଅଙ୍ଗନୱାଡ଼ି ସୁପର ଭାଇଜର ଙ୍କ ମୃତ୍ୟୁ ଘଟିଥିଲା । ଭାରି ଯାନ ଯୋଗୁଁ ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିବାରୁ ପୋଲିସ ଏପରି କଡା ଆଭିମୁଖ୍ୟ ଗ୍ରହଣ କରିଛି ବୋଲି ଜଣାପଡିଛି ।ଏହି ମର୍ମରେ ଆଜି ଚାରିଛକ ଥାନା ଅଧିକାରୀ ମମତା ବିଶ୍ଵାଳ ରାସ୍ତାରେ ଯାଉଥିବା ବିଭିନ୍ନ ଭାରି ଯାନ ଗୁଡିକୁ ଅଟକାଇ ରାତ୍ର ୧୦ ଟା ରୁ ଭୋର ୬ ଟା ପର୍ଯ୍ୟନ୍ତ ଭାରି ଯାନ ନ ଚଲାଇବାକୁ ଡ୍ରାଇଭର ମାନଙ୍କୁ ସଚେତନ କରିଛନ୍ତି ।ଏହାକୁ ଅବମାନନା କଲେ ଗାଡ଼ି କୁ ଜବତ୍
କରାଯିବ ବୋଲି ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ