ଦୁର୍ଦ୍ଦାନ୍ତ ଅପରାଧୀ ମନୋଜକୁ ଏନକାଉଣ୍ଟର କଲା ଖଲିକୋଟ ପୋଲିସ

ଗଂଜାମ ପୋଲିସ ପକ୍ଷରୁ କିଛିଦିନର ବ୍ୟବଧାନରେ ପୁଣି ଏକ ଏନକାଉଣ୍ଟର ହୋଇଛି। ଅପରାଧୀ ଓ ପୋଲିସ ମଧ୍ୟରେ ହୋଇଥିବା ଏହି ଗୁଳି ବିନିମୟରେ ଦୁର୍ଦ୍ଧାନ୍ତ ଅପରାଧୀ ମନୋଜ ସ୍ଵାଇଁ ଗୁରୁତର ଆହତ ହୋଇଛି। ଅପରପକ୍ଷେ ଏହି ଘଟଣାରେ ଖଲ୍ଲିକୋଟ ଥାନା ଇନ୍ସପେକ୍ଟରଙ୍କ ସମେତ ମୋଟ ୪ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଆଜି ଭୋର ସାଢେ ୪ଟା ସମୟରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ନାରାୟଣୀ ମନ୍ଦିର ରାସ୍ତାରେ ଏହି ଗୁଳି ବିନିମୟ ହୋଇଥିଲା। ପୋଲିସ ଗୁଳିରେ ଆହତ ଅପରାଧୀ ମନୋଜ ସ୍ବାଇଁକୁ ପ୍ରଥମେ ଖଲ୍ଲିକୋଟ ଓ ପରେ ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରୁ ମନୋଜର ଅନ୍ୟତମ ସହଯୋଗୀ ଫେରାର ହେବାରେ ସକ୍ଷମ ହୋଇଛି। ତାକୁ ଧରିବାକୁ ପୋଲିସ ପକ୍ଷରୁ ତନାଘନା ଜାରି ରହିଛି। ଆହତ ମନୋଜର ବାମ ଗୋଡ଼ରେ ଗୁଳି ବାଜିଛି। ତା ନିକଟରୁ ପୋଲିସ ଗୋଟିଏ ମାଉଜର, ଦୁଇଟି ଗୁଳି, ବାଇକ ଓ ଗୋଟିଏ ମାଗାଯିନ ଜବତ କରିଛି।ଏହି ସଂକ୍ରାନ୍ତ ରେ ଖଲ୍ଲିକୋଟ ପୋଲିସ ଥାନା ରେ ୧୧୧/୨୦୧୯ ଏକ କେସ ରେଜିଷ୍ଟ୍ରେସନ ହୋଇଥିବା ଛତ୍ରପୁର ପୋଲିସ ଏସଡିପିଓ ଉତ୍କଳ କେଶରୀ ଦାସ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ