ଦୁର୍ନୀତି
ଶ୍ୟାମ ସୁନ୍ଦର ଦାଶ
କେତେ ଆସିଲେଣି କେତେ ଭି ଗଲେଣି
କରି କେତେ ରଡି ହୁଡ଼ି,
କେତେ ନେତା କେତେ ଜନତା ବନିତା
ବାହାରିଲେ ଅଣ୍ଟା ଭିଡି |୧|
ସଭିଏ କହିଲେ ଦୁର୍ନୀତି ଚାରକୁ
ଆମେରେ ଦେବା ଉପାଡି,
(ହେଲେ) ବଡ ବଡ ଦାରୁ ହୋଇ ମହା ମେରୁ
ଚେର ପାତାଳରେ ଭିଡି,|୨|
ଗ୍ରାମ ଠାରୁ ଏଠି ଗ୍ରାମ ପଞ୍ଚାୟତ
ପଞ୍ଚାୟତ ସମିତିରେ ,
ଜିଲ୍ଲା ଉପଜିଲ୍ଲା ରାଜ୍ୟ ରାଜଧାନୀ
ଆଉ ଦେଶ ବିଦେଶରେ ,|୩|
ଦୁର୍ନୀତି ଚାଲିଛି ଚାଲିଥିବିବା ଏଠି
ରୋକିବାକୁ ନାହିଁ ଶକ୍ତି,
ଧୋବ ଧଉଳିଆ ଉଦର ଲୋକିଆ
ଫୁଲାଇ ଚାଲନ୍ତି ଛାତି |୪|
ସେଇ ତା ଗଢନ୍ତି ସେଇ ତ ଭାଙ୍ଗନ୍ତି
ଏ ଦଳ ସେ ଦଳ ହୋଇ ,
ବୁଣିଦିଅନ୍ତି ସେ ଦୁର୍ନୀତି ର ମଞ୍ଜି
ଫାଇଦା ପାଇବା ପାଇଁ |୫|
କେତେ ବା କହିବା କେତେବା ଲେଖିବା
ଏ କାଗଜ କଲମରେ ,
ଦେଖି ଦେଖି ବୁଜି ହୋଇଯାଏ ଆଖି
ବ୍ୟଥା ଲାଗେ ମରାମରେ |୬|
ଶ୍ରୀରଙ୍ଗା ସାହିତ୍ୟ କୁଟୀର
ସା-ପଦାକଣା, ପୋ -ପଧାନପଡା,
ଥା-ବନ୍ତ, ଜି- ଭଦ୍ରକ -୭୫୬୧୧୪ |
ମୋ -୯୦୯୦୮୮୧୬୧୨