ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ସତର୍କ ଭାରତ, ସମୃଦ୍ଧ ଭାରତ ;ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ
ଛତ୍ରପୁର,(ଦେବଦତ୍ତ ମହାରଣା): ଗଞ୍ଜାମ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଗତ ମାସ ୨୭ ତାରିଖ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ପାଳନ ହୋଇ ଆସୁଅଛି । ଏହି ସପ୍ତାହ ପାଳନ ଅବସରରେ ଜନ ସଚେତନତା ନିମନ୍ତେ ବକ୍ତୃତା ପ୍ରତିଯୋଗିତା ସତର୍କ ଭାରତ, ସମୃଦ୍ଧ ଭାରତ ଆୟୋଜିତ ହୋଇଥିଲା । ବ୍ରହ୍ମପୁର ଡିଭିଜନ୍ ଭିଜିଲାନ୍ସ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବକ୍ତୃତା ପ୍ରତିଯୋଗିତାଟି ଭର୍ଚୁଆଲ୍ ମୋଡ୍ ରେ ହ୍ବାଟ୍ସ ଆପ୍ ଜରିଆରେ ଅନୁଷ୍ଠିତ ହୋଇଥିଲା । ସରକାରୀ କର୍ମଚାରୀ ଏବଂ ସେମାନଙ୍କ ସମ୍ପର୍କୀୟ ମାନେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଛତ୍ରପୁର ଜିଲ୍ଲାପାଳଙ୍କ କାର୍ର୍ଯ୍ୟାଳୟର ସୁଚିତ୍ରା ମୁନି ପ୍ରଥମ ଏବଂ ବିଚିତ୍ରା ସେଠୀ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଭଞ୍ଜନଗରରୁ ସଙ୍ଗୀତା ପଣ୍ଡା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । କର୍ମଚାରୀ ପରିବାରବର୍ଗଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରତିଯୋଗିତାରେ ଛତ୍ରପୁରର ସୁଶ୍ରୀ ସୁଲଗ୍ନା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଅଙ୍କିତା ନାୟକ ଏବଂ ଉପାସନା ଆଚାର୍ଯ୍ୟ ଦ୍ବୟ ଦ୍ବିତୀୟ ସ୍ଥାନ, ସୁସ୍ପିତା ପଣ୍ଡା ଓ ସାହିଲ୍ ସ୍ମିତା ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଛତ୍ରପୁର ଠାରେ ପ୍ରାଧ୍ୟାପକ ଅମର ପ୍ରସାଦ ବିଷୋୟୀ, କ୍ୟୁରେସ୍ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଂପାଦକ ଅରୁଣ କୁମାର ଶତପଥୀ, ଆଇନଜୀବୀ ବ୍ରଜ ମୋହନ ଆଚାର୍ଯ୍ୟ ଏବଂ ଜିଲ୍ଲା ସୂଚନା ଓ ଲୋକସ ମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ବିଚାରକ ଭାବେ ଉପସ୍ଥିତ ଥିଲେ । ଦୁର୍ନୀତି ନିବାରଣ ବିଭାଗୀୟ ଇନିସ୍ପେକ୍ଟର ସୋମନାଥ ବାରିକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରତିଯୋଗିତାଟିକୁ ପରିଚାଳନା କରିଥିଲେ ।