ଦୁର୍ବୁତ୍ତଙ୍କ ଗୁଳିମାଡରେ କଂଗ୍ରେସ ପ୍ରାର୍ଥୀ ଗୁରୁତର
ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ) ଆସିକା ବିଧାନସଭାର ଆସନ କଂଗ୍ରେସ ପ୍ରାର୍ଥୀ ମନୋଜ ସ୍ୱାଇଁ ଦୁର୍ବୁତ୍ତଙ୍କ ଗୁଳିମାଡରେ ଗୁରୁତର ଆହାତ ହୋଇଛନ୍ତି । ଆହାତ ମନୋଜଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତିକରାଯାଇଛି । ସୂଚନା ଅନୁଯାୟୀ ମନୋଜ ଭବନେଶ୍ୱର ରୁ ବ୍ରହ୍ମପୁର କୁ ଆସୁଥିବା ବେଳେ ଲାଞ୍ଜିପଲ୍ଲୀ ବାଇପାଶ ନିକଟରେ ପରିଶ୍ରା କରୁଥିଲେ । ଏହି ସମୟରେ ୨ ଟି ମୋଟର ସାଇକେଲରେ ଦୁବୁତ୍ତମାନେ ଆସି ମନୋଜଙ୍କ ଉପରକୁ ଗୁଳିମାଡ କରିଥିଲେ ।ତାଙ୍କ ସହଯୋଗୀ ମଧ୍ୟ ଦୁର୍ବୁତ୍ତଙ୍କ ଆକ୍ରମଣର ଶୀକାର ହୋଇଛନ୍ତି । ଏହା ପରେ ଦୁର୍ବୁତ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ସୂଚନା ପାଇ ବ୍ରହ୍ମପୁର ଏସପି ପିନାକି ମିଶ୍ର ପୋଲିସ ଟିମ ସହିତ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି ।