ଦୁର୍ବ୍ୟବହାର ପଡିଲା ମହଙ୍ଗା

ବ୍ରହ୍ମପୁର ,(ଓ୍ବାଇଏନ୍ଏସ୍): କଥାରେ ଅଛି ମଣିଷର ବ୍ୟବହାର ସବୁଠୁ ଗୁରୁତ୍ୱପୂର୍ଣ ସେ ଶିକ୍ଷିତ ନଥିଲେ ମଧ୍ୟ ଯଦି ତାର ବ୍ୟବହାର ଠିକ ଅଛି ତେବେ ସେ ସବୁ ସମୟରେ ସବୁ ପରିସ୍ଥିତିରେ ବିଜୟ ଲାଭ କରିପାରିବ | କିନ୍ତୁ ଆଜିକାଲି ନିଜର ଖରାପ ବ୍ୟବହାର ପାଇଁ ବହୁତ ମଣିଷଙ୍କୁ ବହୁତ କିଛିର ସାମ୍ମନା କରିବାକୁ ପଡୁଛି | ଠିକ ଏମିତି ତହସିଲଦାରଙ୍କର ନିଜର ଏହି ବ୍ୟବହାର ପାଇଁ ଆଇନ ର ସାମ୍ମନା କରିବାକୁ ପଡିଛି | ତହସିଲଦାର ଆଇନଜୀବୀ ଲଳିତ ମୋହନ ମଙ୍ଗରାଜଙ୍କୁ ଦୁର୍ବ୍ୟବହାର କରିବା ମାମଲାରେ ହାଇକୋର୍ଟ ନିର୍ଦେଶ ପରେ ଟାଉନ ଥାନାରେ ମାମଲା ରୁଜୁ ହୋଇଛି। ଟାଉନ ଥାନା କେସ ନମ୍ବର ୧୪୭/୨୦୨୦ ଦଫା ୩୪୧/ ୩୨୩ /୨୯୪ / ୩୪ ଆଇପିସିରେ ବ୍ରହ୍ମପୁର ତହସିଲଦାର ସିପକ ପାତ୍ରଙ୍କ ନାମରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ