ଦୂତି ଜିତିରେ ସ୍ବର୍ଣ୍ଣ
ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିବାରେ ଲାଗିଛନ୍ତି ଦୌଡରାଣୀ ଦୂତି ଚାନ୍ଦ । ପାତିଆଲାରେ ଆୟୋଜିତ ଇଣ୍ଡିଆନ୍ ଗ୍ରାଁ ପ୍ରି-୬ରେ ଦୌଡ଼ରାଣୀ ଦୂତି ଚାନ୍ଦ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ମହିଳା ୧୦୦ ମିଟର ଦୌଡ଼ରେ ଦୂତି ୧୧.୪୩ ସେକେଣ୍ତ ସମୟ ନେଇ ଏହି ସଫଳତା କରିଛନ୍ତି । ଅନ୍ୟପଟେ ଦ୍ୱିତୀୟ ସ୍ଥାନରେ କେରଳର ଜିଲ୍ନା ଏମ୍ଭି ୧୧.୭୭ ସେକେଣ୍ତ ସହ ରୌପ୍ୟ ଏବ˚ ମଧ୍ୟପ୍ରଦେଶର ଇନ୍ଦୁ ପ୍ରସାଦ ୧୨.୫୬ ସେକେଣ୍ତ ସହ କା˚ସ୍ୟ ପଦକ ଜିତିଛନ୍ତି। ଦୂତି ଇଣ୍ଡିଆନ୍ ଗ୍ରାଁ ପ୍ରିରେ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଥିଲେ ।


