ଦୂରଦର୍ଶୀ ଜନନାୟକ ସୀତାରାମ ୟେଚୁରୀଙ୍କ ଅକାଳ ବିୟୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସି.ପି.ଆଇ.(ଏମ୍‌)ର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ କେନ୍ଦ୍ରାପଡା ପୈାରସଂସ୍ଥା ଟାଉନହଲ ପରିସରରେ ଏକ ଜିଲ୍ଲାସ୍ତରୀୟ ସର୍ବଦଳୀୟ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ସି.ପି.ଆଇ.(ଏମ୍‌)ର ବରିଷ୍ଠ ନେତା ଉମେଶ ଚନ୍ଦ୍ର ସିଂହଙ୍କ ସଭାପତିତ୍ୱରେ ଓ ଜିଲ୍ଲା ସମ୍ପାଦକ ଗୟାଧର ଧଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ସି.ପି.ଆଇ.(ଏମ୍‌)ର ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ଜମେଶ୍ୱର ସାମନ୍ତରାୟ, ବଦ୍ରିନାରାୟଣ ଦାଶ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ବିଧାୟକ ଗଣେଶ୍ୱର ବେହେରା, ପୌରାଧ୍ୟକ୍ଷା ସରିତା ସାହୁ, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ଚିନ୍ମୟ ପ୍ରସାଦ ବେହୁରା, ପୂର୍ବତନ ପୈାରାଧ୍ୟକ୍ଷ ଧୀରେନ ସାହୁ, ପ୍ରଦୀପ୍ତ ମହାନ୍ତି, ବିଜେଡି ରାଜ୍ୟ ସମ୍ପାଦକ ରବି ସାମଲ, ସିପିଆଇ ଜିଲ୍ଲା ଯୁଗ୍ମ ସମ୍ପାଦକ ଆଦିକନ୍ଦ ରାଉଳ, କଂଗ୍ରେସ ଜିଲ୍ଲା ନେତା ପ୍ରଫୁଲ୍ଲ ଦାସ, ଆମ୍ ଆଦମୀ ପାର୍ଟି ଜିଲ୍ଲା ସଭାପତି ସଂଦୀପ୍ତ ଦାସ, ଜନଶକ୍ତି ପାର୍ଟି ରାଜ୍ୟ ସଭାପତି ପ୍ରଦୀପ୍ତ ଦାଶ, ସିପିଆଇ(ଏମ୍ ଏଲ) ନେତା ପ୍ରକାଶ ମଲ୍ଲିକ, ବରିଷ୍ଠ ଆଡଭୋକେଟ ସରୋଜରାଜ ସିଂହ, ସାମ୍ବାଦିକ ଆଶିଷ ସେନାପତି, ଅନ୍ୟ ରାଜନୈତିକ ବ୍ୟକ୍ତି ବିଶେଷ ଫକୀର ଖଟୁଆ, ଆଲୋକ ସାହୁ, ରାଜେଶ ପଣ୍ଡା, ବୁଦ୍ଧିଜୀବୀ ମହଲରୁ ଅଜୟ ସାମଲ, ଗୋପୀନାଥ ତ୍ରିପାଠୀ, ରାଜ କୁମାର ବିଶ୍ୱାଳ, ଶ୍ରୀକାନ୍ତ ପଣ୍ଡା, ସାହିତ୍ୟିକ ନିରଞ୍ଜନ ମେକାପ, ଅବନ୍ତି ବେହେରା, ରାମକୃଷ୍ଣ ଦାଶ, ଶୁଭାଂଶୁ ଦାସ, ନିରୂପମା ଦାସ, ଶ୍ରମିକ ନେତା ମୁକ୍ତାର ଖାଁ, ପ୍ରକାଶ ମହାନ୍ତି,ମାଧବ ଦାସ, କୃଷକ ନେତା ଦାଶରଥି ସାହୁ, ବିଜୟ ଦାସ, ଗାନ୍ଧିବାଦୀ ଅଭିମନ୍ୟୁ ରାଉତ, ଭୀମ ଆର୍ମିର୍ ନେତା ନଗେନ୍ଦ୍ର ଜେନା ପ୍ରମୁଖ ନେତୃବୃନ୍ଦ ଏବଂ ବୁଦ୍ଧିଜୀବିମାନେ ସୀତାରାମ ୟେଚୁରୀଙ୍କ ପଚାଶ ବର୍ଷର ଦୀର୍ଘ ରାଜନୈତିକ ଜୀବନ ସଂପର୍କରେ ବିଭିନ୍ନ ଦୃଷ୍ଟି କୋଣରୁ ଆଲୋକପାତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସଭା ଆରମ୍ଭରୁ ସୀତାରାମ ୟେଚୁରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଏକ ଶୋକ ପ୍ରସ୍ତାବ ଗୟାଧର ଧଳ ଆଗତ କରିଥିଲେ । ସମବେତ ସାଥୀମାନେ ଏକ ମିନିଟ୍ ନୀରବତା ଅବଲମ୍ବନ କରି ସମ୍ମାନ ଜଣାଇ ଦଣ୍ଡାୟମାନ ହୋଇଥିଲେ । ନେତାମାନେ ସୀତାରାମଙ୍କ ୫୦ ବର୍ଷର ରାଜନୈତିକ ଓ ସାମାଜିକ ସଂପର୍କକୁ ଆଧାର କରି କହିଥିଲେ ଯେ ସୀତାରାମ ଜଣେ ଅନନ୍ୟ ଅସାଧାରଣ ଜନନାୟକ, ବିଶ୍ୱ କମ୍ୟୁନିଷ୍ଟ ଆନ୍ଦୋଳନ ସହ ଭାରତ ବର୍ଷର ପରିସ୍ଥିତି ସଂପର୍କରେ ତାଙ୍କର ଗଭୀର ଅଧ୍ୟୟନ ଥିଲା । ତରୁଣ ସୀତାରାମ ଜେ.ଏନ୍‌.ୟୁ.ରୁ ଏସ୍‌.ଏଫ୍‌.ଆଇ.ରେ ଯୋଗଦାନ କରି ଆରମ୍ଭ କରିଥିବା ନିଜର ରାଜନୈତିକ ଜୀବନରେ ନିରନ୍ତର ଅଧ୍ୟୟନ, ତ୍ୟାଗ, ସଂଘର୍ଷ ଏବଂ ସାଧନା ଯୋଗୁଁ ସେ ସି.ପି.ଆଇ.(ଏମ୍‌)ର ସର୍ବୋଚ୍ଚ ନେତୃତ୍ୱ ପଲିଟିବ୍ୟୁରୋ ଓ ସାଧାରଣ ସଂପାଦକ ଭାବରେ ନିର୍ବାଚିତ ହୋଇଥିଲେ । ସଂସଦରେ ସୀତାରାମଙ୍କର ବିତର୍କର ବୈଦ୍ଧିକତାର ମାନ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା । ଭାରତ ବର୍ଷର ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଆମ୍ବେଦକର, ଲୋହିଆ, ଭଗତ୍ ସିଂହ ଇତ୍ୟାଦିଙ୍କର ସମସ୍ତ ବିସ୍ତାରକୁ ଆଧାର କରି ମାର୍କ୍ସବାଦକୁ ପ୍ରୟୋଗ କରିବା କ୍ଷେତ୍ରରେ ସେ ସିଦ୍ଧହସ୍ତ ଥିଲେ । ସାଂପ୍ରଦାୟିକ ଫାସିବାଦର ଭୟଙ୍କର ବିପଦ, ହିନ୍ଦୁତ୍ୱବାଦୀ ଧାରା ଓ ବିଜେପିର ଜନବିରୋଧ ବିଚାରଧାରା ବିରୋଧରେ ବାମ-ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ବ୍ୟକ୍ତିମାନଙ୍କର ବ୍ୟାପକ ମଞ୍ଚ ଗଢି ତୋଳିବା ପାଇଁ ପ୍ରାୟ ୩ଦଶନ୍ଧି ଧରି ସେ ଉଦ୍ୟମ କରି ଆସୁଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ‘ଇଣ୍ଡିଆ ବ୍ଲକ୍‌’ ମଞ୍ଚଗଠନ କରିବାରେ ସେ ଅନ୍ୟତମ ରୂପକାର ଥିଲେ । ସୀତାରାମଙ୍କ ମୃତ୍ୟୁ କେବଳ ସି.ପି.ଆଇ.(ଏମ୍‌)ର ନୁହେଁ ସମଗ୍ର ଜନବାଦୀ ଆନ୍ଦୋଳନ ପାଇଁ ଦାରୁଣ ଆଘାତ ବୋଲି ବକ୍ତା ମାନେ କହିଥିଲେ । ସୀତାରାମ ଧୀଶକ୍ତି ସଂପନ୍ନ, ଦୂରଦର୍ଶୀତାର ବିଚାରକୁ ଆଧାର କରି ସମସ୍ତ ବିଜେପି ବିରୋଧି ଶକ୍ତି ଏକାଠି ହୋଇ ଆନ୍ଦୋଳନକୁ ଆଗେଇ ନେବା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏଇ କାର୍ଯ୍ୟକ୍ରମକୁ ଦଳର ଜିଲ୍ଲା ନେତା ଜଗତ ଜୀବନ ଦାଶ, କାଳୀ ପ୍ରସାଦ ନାୟକ, ରତ୍ନଞ୍ଜୟ ମଲିକ, ଧୀବର ବେହେରା, ସୋମନାଥ ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ