ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ଗହଣରେ‘ବିଶ୍ୱ ଫଟୋଗ୍ରାଫର ଦିବସ’
ବାଲେଶ୍ୱର, (ସରୋଜ ପଣ୍ଡା): ବାଲେଶ୍ୱର ଜିଲା ଫଟୋଗ୍ରାଫର୍ସ ଆସୋସିଏସନ ରାଣୀପାଟଣାସ୍ଥିତ ଦୃଷ୍ଟିହୀନଙ୍କ ନିମନ୍ତେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଗହଣରେ ନିଆରା ଢଙ୍ଗରେ ଗୁରୁବାର ବିଶ୍ୱ ଫଟୋଗ୍ରାଫର ଦିବସ ପାଳନ କରିଛି । ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ଫଟୋଗ୍ରାଫର ଆସୋସିଏସନର ସଭାପତି ମାନସ କୁମାର ପାଲ ସଭାପତିତ୍ୱ କରିବା ସହିତ ବିଶ୍ୱ ଫଟୋଗ୍ରାଫର୍ସ ଦିବସ ପାଳନର ଯଥାର୍ଥତା ସମ୍ପର୍କରେ ଆଲୋଚନା କରିଥିଲେ । ଜୀବନର ପ୍ରତିଟି ମୁର୍ହୂକୁ ସ୍ମରଣୀୟ କରିବା ସହିତ ସ୍ମୃତି ବିଜଡ଼ିତ ଘଟଣାବଳୀକୁ ଫଟୋ ମାଧ୍ୟମରେ ସାଇତି ରଖିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ପାଲ କହିଥିଲେ । ବିଦ୍ୟାଳୟର ନିର୍ଦ୍ଦେଶକ ଶିକ୍ଷକ ଦିବାକର ସ ଓ ବରିଷ୍ଠ ଫଟୋଗ୍ରାଫର ବିଶ୍ୱଜିତ ରଣା ଏଥିରେ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ଆସୋସିଏସନର ଉଚ୍ଚ ବିଚାର ପାଇଁ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ । ସମ୍ପ୍ରତି ମୋବାଇ ଧରି ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ଫଟୋଗ୍ରାଫର ହୋଇଯାଇଥିବା ବେଳେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ସହ ସମୟ ବିତାଇବା ଓ ସୁନ୍ଦର ପୃଥିବୀ ସର୍ମ୍ପରେ ସେମାନଙ୍କୁ ଜଣାଇବା ଭଳି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ସେମାନେ ମତ ପ୍ରକାଶ କରିଥିଲେ । ସଂଗଠନର ସାଧାରଣ ସମ୍ପାଦକ ଅମରଜିତ ଦାସ, ଉପ-ସଭାପତି ନିରଞ୍ଜନ ବରାଳ, ସାଂଗଠନିକ ସମ୍ପାଦକ ଅଦିତ କୁମାର ଦେ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଫଟୋଗ୍ରାଫି ଇତିହାସ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ ।ଏହି ଅବସରରେ ସଂଗଠନ ପକ୍ଷରୁ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନୂତନ ବସ୍ତ୍ର ଓ ମିଷ୍ଟାନ୍ନ ପ୍ରଦାନ କରାଯାଇଥିଲା । ବିଦ୍ୟାଳୟ ଶିକ୍ଷକ ସୁନୀଲ ବିଶ୍ୱାଳ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁଷାନ୍ତ ମହାନ୍ତି, ମିଲନ କୁମାର ଦାସ, ଶମ୍ଭୁନାଥ ସାହୁ, ପ୍ରମୋଦ କୁମାର ସିଂହ, ସମର କୁମାର କରଣ, ସଞ୍ଜିବ କୁମାର ଜେନା ପ୍ରମୁଖ ସଂଗଠନର ସଦସ୍ୟମାନେ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।