ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ନିରାମୟ ସ୍ୱାସ୍ଥ୍ୟ ବୀମାକାର୍ଡ଼ ବଣ୍ଟନ

ବାଲେଶ୍ୱର, (ସରୋଜ ପଣ୍ଡା) : ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଅଧିକାର ମନ୍ତ୍ରାଳୟ ଅଧୀନ ଦିବ୍ୟାଙ୍ଗ ସଶକ୍ତୀକରଣ ବିଭାଗ ପକ୍ଷରୁ ନିରାମୟ ଯୋଜନାରେ ବାଲେଶ୍ୱରର ଦିବ୍ୟାଙ୍ଗ ଶିଶୁମାନଙ୍କୁ ସ୍ୱାସ୍ଥ୍ୟବୀମା କାର୍ଡ ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ସହରର ରାଣୀପାଟଣାସ୍ଥିତ ଦୃଷ୍ଟିହୀନଙ୍କ ନିମନ୍ତେ ବିଦ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଏହି କାର୍ଡ ପ୍ରଦାନ କରିଥିଲେ । ଶାରୀରିକ ଅକ୍ଷମତା ପାଇଁ ଦିବ୍ୟାଙ୍ଗଙ୍କୁ ନ୍ୟୁନ ଦୃଷ୍ଟିରେ ଦେଖିବା ପରିବର୍ତ୍ତେ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ନିମନ୍ତେ ସବୁ ମହଲରୁ ପ୍ରଚେଷ୍ଟା ଜାରି ରଖିବାକୁ ପ୍ରଫେସର ତ୍ରିପାଠୀ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଦୃଷ୍ଟିହୀନଙ୍କ ନିମନ୍ତେ ବିଦ୍ୟାଳୟର ନିର୍ଦ୍ଦେଶକ ଦିବାକର ସ ଏଥିରେ ପୌରହିତ୍ୱ କରିଥିଲେ । ନିରାମୟ ଯୋଜନାରେ ଜିଲାର ୨୦ଜଣ ଦିବ୍ୟାଙ୍ଗ ଆବେଦନ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୮ଜଣଙ୍କୁ ଏହି କାର୍ଡ଼ ପ୍ରଦାନ କରାଯାଇଥିବା ସେ ସୂଚନା ଦେଇଥିଲେ । ବିଦ୍ୟାଳୟର ଉପଦେଷ୍ଟା ସୁବ୍ରତ କର ଓ ଶ୍ରଦ୍ଧାଞ୍ଜଳି ରାୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଗାନ୍ଧୀ ଜୟନ୍ତୀ ଭଳି ପବିତ୍ର ଦିନରେ ଦିବ୍ୟାଙ୍ଗଙ୍କୁ ସ୍ୱାସ୍ଥ୍ୟ ବୀମାକାର୍ଡ଼ ପ୍ରଦାନ ଖୁସୀର ବିଷୟ ବୋଲି କହିଥିଲେ । ଜଗବନ୍ଧୁ ବେହେରା ଓ ଦିବ୍ୟରଞ୍ଜନ ବେହେରା ନିରାମୟ ଯୋଜନା ସ୍ୱାସ୍ଥ୍ୟବୀମା କାର୍ଡର ବଣ୍ଟନ କରିଥିଲେ । ଏହି କାର୍ଡ ମସ୍ତିସ୍କ ପକ୍ଷାଘାତ, ମାନସିକ ଅନଗ୍ରସର, ସ୍ୱପରାୟଣତା ଏବଂ ବହୁବିଧ ଭିନ୍ନକ୍ଷମତା ଭଳି ୧୮ବର୍ଷରୁ କମ ବୟସର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ସେମାନେ କହିଥିଲେ । ଏଥିରେ ଛାତ୍ରଛାତ୍ରୀଙ୍କୁ ବର୍ହିବିଭାଗ ଚିକିତ୍ସା ସୁବିଧା, ବିଭିନ୍ନ ପ୍ରକାର ପରୀକ୍ଷା ୧୪,୫୦୦ଟଙ୍କା, ବିଭିନ୍ନ ଡାକ୍ତରୀ ଚିକିତ୍ସା ପାଇଁ ୭୦ହଜାର ଟଙ୍କା, ଶାରୀରିକ ଚିକିତ୍ସା ପାଇଁ ୧୦ହଜାର ଟଙ୍କା, ଔଷଧ ଖର୍ଚ୍ଚ ପାଇଁ ୪,୫୦୦ଟଙ୍କା ଏବଂ ଯାତାୟତ ଖର୍ଚ୍ଚ ପାଇଁ ୧ହଜାର ଟଙ୍କା ଆଦି ମିଶାଇ ମୋଟ ଏକ ଲକ୍ଷ ଟଙ୍କାର ବୀମାରାଶି ପ୍ରଦାନ କରାଯାଉଛି । ସୁନୀଲ କୁମାର ବିଶ୍ୱାଳ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ